ପୁରୀ: ପାଖାପାଖି ୧୨ ଘଣ୍ଟା ପରେ ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶାର ସ୍ଥଳ ଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ‘ଫନି’ ମେ’ ମାସ ୩ ତାରିଖ ପୂର୍ବାହ୍ନ ୮ ରୁ ୧୦ ଟା ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ। ଏହା ପୂର୍ବରୁ ଗୁରୁବାର ଅପରାହ୍ଣରେ ପୁରୀ ବଡ଼ଦାଣ୍ଡରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପୁରୀ ବଡ଼ଦାଣ୍ଡକୁ ସନ୍ଧ୍ୟାରେ ଇନ୍ଦ୍ରଧନୁ ଘୋଡେଇ ରଖିଥିବା ଚିତ୍ରକୁ ଲୋକମାନେ ଦେଖିଛନ୍ତି।

Advertisment

ବାତ୍ୟା ପୂର୍ବରୁ ସରକାରଙ୍କ ତରଫରୁ ସୂଚନା ଜାରି କରାଯାଇଛି। ତେଣୁ ବିପଦ ଥିବାରୁ ଘରୁ ଲୋକେ ନ ବାହାରିବା ପାଇଁ ସରାକାର ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଦୋକାନ, ବଜାର, ଅଫିସ୍‌, ଗାଡ଼ି ମଟର ଚଳାଚଳ ସବୁ ରଖାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାତ୍ୟା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି।

publive-image

ରିପୋର୍ଟ ଲେଖାଯିବା ବେଳକୁ ଫନି ପୁରୀ ଠାରୁ ୩୨୦ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି।