ହରଭଙ୍ଗା : ହରଭଙ୍ଗା ବ୍ଲକର ଅଡେନିଗଡ଼ ପଞ୍ଚାୟତ ଏକ ଅଣ ଜଳସେଚିତ ଅଞ୍ଚଳ। ଚାଷ ପାଇଁ ବର୍ଷା ପାଣି ହିଁ ଏକମାତ୍ର ସାହାଭରସା। ଚଳିତବର୍ଷ ଚାଷ କାମ ପ୍ରାରମ୍ଭରୁ ନିଅଣ୍ଟିଆ ବର୍ଷା କାରଣରୁ ଗଜା ମରୁଡି ସ୍ଥିତି ଉତ୍ପନ୍ନ ହୋଇଛି। ଜ୍ୟେଷ୍ଠ ମାସରେ ଇନ୍ଦ୍ରପୂଜା କରିଥାନ୍ତି ଗ୍ରାମବାସୀ। ଚଳିତବର୍ଷ ଇନ୍ଦ୍ରପୂଜାରେ ବିଳମ୍ବ ହୋଇଥିବା କାରଣରୁ ଏଭଳି ସ୍ଥିତି ଊତ୍ପନ୍ନ ହୋଇଥିବା ବିଶ୍ୱାସ କରୁଛନ୍ତି ଗ୍ରାମବାସୀ। ତେଣୁ ଇନ୍ଦ୍ରଦେବଙ୍କ ଶୁଭ ଦୃଷ୍ଟିପାଇଁ ମଙ୍ଗଳବାର ଆଡ଼େଣିଗଡ଼ ସ୍ଥିତ ମା’ ବରାଳଦେବୀ ପିଠରେ ଗ୍ରାମବାସୀଙ୍କ ଦ୍ଵାରା ଇନ୍ଦ୍ରପୂଜା କରାଯାଇଥିଲା। ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ଭଲ ବର୍ଷା ହେବ ବୋଲି ଗ୍ରାମବାସୀଙ୍କ ବିଶ୍ବାସ ରହିଛି।
ଆଡେନିଗଡ଼ରେ ବର୍ଷା ପାଇଁ ଇନ୍ଦ୍ରପୂଜା
/sambad/media/post_attachments/wp-content/uploads/2021/08/ed07b156-ab9f-4c2e-a589-121a0b9e32d8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)