ଭୁବନେଶ୍ୱର: କରୋନା ଭାଇରସ ପାଇଁ ଲକଡାଉନ ଲାଗୁ ହୋଇଥିବା ବେଳେ ଶିଳ୍ପ ସଂସ୍ଥାଗୁଡ଼ିକ ସର୍ତ୍ତମୂଳକ ଭାବେ ଖୋଲିପାରିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ, ଶିଳ୍ପ ସଂସ୍ଥା ଓ କର୍ପୋରେଟ ଅଫିସ ଖୋଲିବାକୁ ଅନୁମତି ନେବାକୁ ପଡ଼ିବ । ଜିଲ୍ଲାପାଳ, ପୌରପାଳିକାର କମିସନରଙ୍କ ଠାରୁ ଅନୁମତି ନେବାକୁ ହେବ । ଅଫିସଗୁଡ଼ିକ ୩୦ ପ୍ରତିଶତରେ କାମ କରାଯିବ । ଶିଳ୍ପ ସଂସ୍ଥାର ମୁଖ୍ୟ ଏନେଇ ଘୋଷଣା କରିପାରିବେ ।
/sambad/media/post_attachments/wp-content/uploads/2020/04/SRC.jpg)
ସେହିପରି ଆବଶ୍ୟକ ଯାନବାହନ ଚଳାଚଳ ପାଇଁ ଅନୁମତି ନେବାକୁ ପଡ଼ିବ । ଦୁଇ ଚକିଆ ଗାଡ଼ିରେ କେବଳ ଜଣେ ଯାତ୍ରା କରିପାରିବେ । କାରରେ ଚାଳକ ସହ ପଛ ସିଟରେ ଜଣେ ଯାତ୍ରା କରିପାରିବେ । ଅନ୍ତଜିଲ୍ଲା ଯାତାୟତ ପାଇଁ ବି ପ୍ରଶାସନର ଅନୁମତି ନେବାକୁ ପଡ଼ିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Industry.jpg)