ଶିଳ୍ପ ଜଳ କର ଲକ୍ଷ୍ୟ ୭୫୦ କୋଟି

ରାଉରକେଲା : ସଂଶୋଧିତ ଶିଳ୍ପ ଜଳ କର ବାବଦରେ ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ୫୪୦ କୋଟି ୫୩ ଲକ୍ଷ ଟଙ୍କା ଅସୁଲ ହେବ। ବିଭିନ୍ନ ଶିଳ୍ପ ସଂସ୍ଥା ନାମରେ ୨୦୯ କୋଟି ୭୪ ଲକ୍ଷ ଟଙ୍କା ବାକି ପଡ଼ିଥିବାରୁ ଏହାକୁ ମିଶାଇ ଏ ବର୍ଷ ମୋଟ ୭୫୦ କୋଟି ଟଙ୍କା ଜଳ କର ଅସୁଲ ନିମନ୍ତେ ଜଳ ସମ୍ପଦ ବିଭାଗର ୩୩ଟି ଡିଭିଜନକୁ ମୁଖ୍ୟ ଯନ୍ତ୍ରୀ (ଜଳ ସେବା) ଟାର୍ଗେଟ୍‌ ଦେଇଛନ୍ତି। ରାଜ୍ୟର ନଦୀ, କେନାଲ ଓ ଅନ୍ୟାନ୍ୟ ଉତ୍ସରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଙ୍କୁ ପ୍ରତି ମାସ ଦାବି ନୋଟିସ୍‌ ଦେଇ ସମ୍ପୃକ୍ତ ଡିଭିଜନଗୁଡ଼ିକର ନିର୍ବାହୀ ଯନ୍ତ୍ରୀମାନେ ମାସ ହିସାବରେ ଜଳ କର ଅସୁଲ କରିବାକୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଯନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ତାଲିକା ଅନୁଯାୟୀ ଧାର୍ଯ୍ୟ ମୋଟ ଜଳ କର ଲକ୍ଷ୍ୟର ୪୦%ରୁ ଅଧିକ କେବଳ ମହାନଦୀ ପ୍ରଣାଳୀରୁ ଅସୁଲ ହେବ। ମହାନଦୀ ଓ ଏହାର ଶାଖା ଓ ଉପନଦୀଗୁଡ଼ିକରୁ ପାଣି ନେଉଥିବା ଶିଳ୍ପ ସଂସ୍ଥାଙ୍କଠାରୁ ଏ ବର୍ଷ ଉଭୟ ବକେୟା ଓ ନଗଦକୁ ମିଶାଇ ମୋଟ ୩୧୩ କୋଟି ୬ ଲକ୍ଷ ୯୧ ହଜାର ଟଙ୍କାର ଜଳ କର ହିସାବ କରାଯାଇଛି। ହିସାବ ଅନୁସାରେ ବୁର୍ଲା ମୁଖ୍ୟ ଡିଭିଜନକୁ ୨୧୯ କୋଟି ୫୦ ଲକ୍ଷ ୮୭ ହଜାର ଟଙ୍କା ଟାର୍ଗେଟ୍‌ ଦିଆଯାଇଥିବା ବେଳେ ଯୋବ୍ରାସ୍ଥିତ ମହାନଦୀ ଦକ୍ଷିଣ ଡିଭିଜନକୁ ୪୭ କୋଟି ୬୫ ଲ% ୫୯ ହଜାର, ମହାନଦୀ ଉତ୍ତର ଡିଭିଜନ, ଜଗତପୁରକୁ ୧୯ କୋଟି ୬୫ ଲକ୍ଷ ୨୬ ହଜାର, ବୁର୍ଲା ସେଚ ଡିଭିଜନକୁ ୨୪ କୋଟି ୧୪ ଲକ୍ଷ ୪୬ ହଜାର, ବରଗଡ଼ କେନାଲ ଡିଭିଜନକୁ ୯୭ ଏକ୍ଷ ୮୨ ହଜାର ଟଙ୍କା ପ୍ରାଚୀ ଡିଭିଜନ, ଭୁବନେଶ୍ୱରକୁ ୩୮ ଲକ୍ଷ ୧୫ ହଜାର ଟଙ୍କା, ବଲାଙ୍ଗୀର ଡିଭିଜନକୁ ୨୮ କୋଟି ୯୨ ଲକ୍ଷବୌଦ୍ଧ ଡିଭିଜନକୁ ୨୪ ଲକ୍ଷ, ପୁରୀ ସେଚ ଡିଭିଜନକୁ ୨୪ ଲକ୍ଷ ଟଙ୍କା ଟାର୍ଗେଟ୍‌ ଦିଆଯାଇଛି।

ଏଥି ସହ ସୁନ୍ଦରଗଡ଼ ଡିଭିଜନକୁ ୪୭ କୋଟି ୨ ଲକ୍ଷ ୩୬ ହଜାର ଟଙ୍କାର ଜଳ କର ଟାର୍ଗେଟ୍‌ ଦିଆଯାଇଥିବା ବେଳେ ଅନୁଗୁଳ ଡିଭିଜନକୁ ୭୫ କୋଟି ୮୯ ଲକ୍ଷ ୪୯ ହଜାର, ଢ଼େଙ୍କାନାଳ ଡିଭିଜନକୁ ୩୮ କୋଟି ୪୪ ଲକ୍ଷ ୩୧ ହଜାର ଟଙ୍କା ରେଙ୍ଗାଳି ଡିଭିଜନକୁ ୮୬ ଲକ୍ଷ ୫୨ ହଜାର ଟଙ୍କା, ବୈତରଣୀ ଡିଭିଜନ, ଶାଳପଡ଼ାକୁ ୩୩ କୋଟି ୭୩ ଲକ୍ଷ ୭୪ ହଜାର, ଅପର କୋଲାବ ହେଡ୍‌ ଓ୍ଵାର୍କ୍ସ ଡିଭିଜନକୁ ୪୨ କୋଟି ୫୪ ଲକ୍ଷ, ହରଭଙ୍ଗୀ ଡିଭିଜନକୁ ୧୭ କୋଟି ୮୩ ଲକ୍ଷ ୮୨ ହଜାର, କଳାହାଣ୍ଡି ଡିଭିଜନକୁ ୬ କୋଟି ୨୪ ଲକ୍ଷ ୩୧ ହଜାର ଟଙ୍କା ଜଳ କର ଅସୁଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର