କେଏମ୍‌ବିବିରେ ୩ ଦିନିଆ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ନିକଟରେ ଥିବା କେଏମ୍‌ବିବି କଲେଜ ଅଫ୍ ଇଂଜିନିୟରିଂ ଆଣ୍ତ୍ ଟେକ୍ନୋଲୋଜି ପରିସରରେ ୧୩ ତାରିଖରୁ ଆରମ୍ଭ ହୋଇଥିବା ତିନିଦିନିଆ ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସ କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଣ୍ତା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଇଡିଆଇଆଇର ଆଞ୍ଚଳିକ ନିର୍ଦ୍ଦେଶକ ସୁବ୍ରତ କୁମାର ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ଇଡିଆଇଆଇର ପୂର୍ବତନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ବିଶ୍ବାଳ ଓ ମୁଖ୍ୟବକ୍ତା ଭାବେ ଓ୍ବେ ଟୁ ଷ୍ଟାର୍‌ର ସିଓଓ ଆର୍ କେ ମିଶ୍ର ଯୋଗ ଦେଇଥିଲେ। କଲେଜର ଉପାଧ୍ୟକ୍ଷ ସୁବ୍ରତ କବି ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍ୟୋଗୀ ଉନ୍ନୟନ ସେଲ୍‌ର ସଂଯୋଜକ ବ୍ରଜ କିଶୋର ବାରିକ ଧନ୍ୟବାଦ ଦେଇଥିଲେ। ତିନିଦିନ ଧରି ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ସହକାରୀ ପ୍ରଫେସର ଲକ୍ଷ୍ମୀ ନାରାୟଣ ଦାସ, ଡିଆଇସିର ପୂର୍ବତନ ସାଧାରଣ ପରିଚାଳକ ନିରାକାର ମିଶ୍ର, ଇଡିଆଇଆଇର ପ୍ରଶିକ୍ଷକ ଗୋପାଳ ରାୟ, ଉଦ୍ୟୋଗପତି ଶ୍ୟାମସୁନ୍ଦର ଅଗ୍ରୱାଲ, ବ୍ୟାଙ୍କ ଅଫ୍ ବରୋଦାର ଅବସରପ୍ରାପ୍ତ ପରିଚାଳକ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ। ଅନ୍ତିମ ଦିବସରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନକୁ ‘ଏକ୍ସପୋଜର ଭିଜିଟ୍’ରେ ନିଆଯାଇ ସେଠାରେ କମ୍ପାନିର କାର୍ଯ୍ୟଶୈଳୀ ସମ୍ପର୍କରେ ଅବଗତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଡେପୁଟି ସଂଯୋଜକ ଦୁର୍ଗା ପ୍ରସାଦ କର, ଅଞ୍ଜନ ପ୍ରଧାନ, ପ୍ରକାଶ ମହାପାତ୍ର, ଦେବସ୍ମିତା ଦାସ, ସିଦ୍ଧାର୍ଥ ଓ ଆଦ୍ୟାଶା ରାଉତ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର