କଟକଭିତ୍ତିକ ୧୯ଟି ଶିଳ୍ପ ପାଇଁ ‘ଇଣ୍ତଷ୍ଟ୍ରି କେୟାର’

ଭୁବନେଶ୍ବର : କଟକ ଜିଲ୍ଲାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ‘ଇଣ୍ଡଷ୍ଟ୍ରି କେୟାର’ ନାମକ ଏକ କାର୍ଯ୍ୟକ୍ରମ ଭୁବନେଶ୍ବରର ଇଡ୍‌କୋ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗନେଇ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଓ ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସି˚ହ ପ୍ରମୁଖ ୧୯ଟି ଶିଳ୍ପସଂସ୍ଥା ସହିତ ଗୋଟି ଗୋଟି କରି ଆଲୋଚନା କରିଥିଲେ।

ବୈଠକ ପ‌ରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ଚୋପ୍ରା କହିଲେ, ପୁରୁଣା ଶିଳ୍ପଗୁଡ଼ିକ ହିଁ ଓଡ଼ିଶା ଶିଳ୍ପ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅ˚ଶୀଦାର। ପ୍ରତି ଶିଳ୍ପସଂସ୍ଥାର ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନିଆଯାଉଛି। ବୈଠକରେ ପେପ୍‌ସିକୋ, ଅଲ୍‌ଟ୍ରାଟେକ୍‌ ସିମେଣ୍ଟ, ତୋଷାଳି ସିମେଣ୍ଟସ, ଭୋଲ୍‌ଟା ଗ୍ରୀନ୍‌, ରୁଚି ଫୁଡ୍‌ଲାଇନ୍‌, ଜୟ ଭାରତ ସ୍ପାଇସେସ୍‌, ଆର‌୍‌ଏସ୍‌ବି ଗ୍ଲୋବାଲ୍‌, ମା’ ଦୁର୍ଗା ଥର୍ମାଲ ପାୱାର ଏବ˚ ଇନ୍‌ଫନେକ୍ସ ହେଲ୍‌ଥକେୟାର ଭଳି ୧୯ଟି କମ୍ପାନି ଅ˚ଶଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କ ରାଜ୍ୟସ୍ତରୀୟ ସୁଗମ ସେଲ୍‌(ଏସ୍‌ଏଲ୍‌ଏଫ୍‌ସି), ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ, ଫ୍ୟାକ୍ଟ୍ରି ଓ ବଏଲର‌୍‌ ନିର୍ଦେଶାଳୟ, ଅଗ୍ନିଶମ ସେବା ନିର୍ଦେଶାଳୟ, ଇପିକଲ୍‌ ଓ ଇଡ୍‌କୋ ଆଦି ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର