ଭୁବନେଶ୍ବର: ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଶିଳ୍ପାନୁଷ୍ଠାନଗୁଡ଼ିକର ପାତରଅନ୍ତର ନୀତିକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ। ଗୃହରେ ତାହାର ଉତ୍ତରରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ହେବା ପରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନଗୁଡ଼ିକ ସହ ଏମୟୁ ସ୍ବାକ୍ଷର ହୋଇଥାଏ। ଏଥିରେ ସ୍ଥାନୀୟ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଯଦି କୌଣସି ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଧାନସଭାର ପ୍ରଶ୍ନ କାଳରେ ମନ୍ତ୍ରୀ କହିଛନ୍ତି, ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ଜରିଆରେ ବୃହତ୍ ଶିଳ୍ପ ସ୍ଥାପନ ପାଇଁ ଗତ ଦୁଇ ବର୍ଷ ମଧ୍ୟରେ ୧୮୬ ଟି ଶିଳ୍ପକୁ ଅନୁମୋଦନ ଦିଆଯାଇଛି। ୪ ଲକ୍ଷ ୪୪ ହଜାର ୭୩୬ .୫୫ କୋଟି ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି। ଏହା ଦ୍ବାରା ୧ଲକ୍ଷ ୬୫ ହଜାର ୪୬୨ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ ରଖାଯାଇଛି। ୨୦୨୦ ଜୁନଠାରୁ ବର୍ତ୍ତମାନ ସୁଦ୍ଧା ୧୧ଟି ବୃହତ ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ୪ହଜାର ୬୦୬କୋଟି ଟଙ୍କାର ପୁଞ୍ଜି ନିବେଶରେ ୬୫୫୭ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/pratap-deb-f.jpg)