ଇବ୍ଥର୍ମାଲ: ଲଖନପୁର ବ୍ଲକ୍ ସାହାଜବାହାଲଠାରେ ନିର୍ମାଣ କାର୍ଯ୍ୟ ସରିବା ପରଠୁ ଅଚଳ ହୋଇ ପଡ଼ିଥିବା ଇଣ୍ଡବରାତ ତାପଜ ବିଦ୍ୟୁତ କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ୨୦୦୮ ମସିହାର କାର୍ଯ୍ୟ ଆରମ୍ଭ ହୋଇ ୨୦୧୪ ମସିହାରେ ଶେଷ ହୋଇଥିଲା। ଅର୍ଥାଭାବ ଯୋଗୁଁ ପ୍ରକଳ୍ପଟି ବନ୍ଦ ହୋଇ ପଡ଼ି ରହିଥିଲା।
ଏହି କଂପାନିକୁ ଅଧିଗ୍ରହଣ କରିବା ପାଇଁ ଜେଏସ୍ଡବ୍ଲ୍ୟୁ କଂପାନି ଋଣଦାତାମାନଙ୍କୁ ନିଜର ପ୍ରସ୍ତାବ ପ୍ରଦାନ କରିଥିଲେ। ଯାହାକୁ ଋଣ ଦାତାମାନେ ୧୪ ଅକ୍ଟୋବର ୨୦୧୯ରେ ଅନୁମୋଦନ କରିଥିଲେ। ଏହାକୁ ଗତ ୨୫ ତାରିଖ ନ୍ୟାସନାଲ କଂପାନି ଲ’ ଟ୍ରିବ୍ୟୁନାଲ ହାଇଦ୍ରାବାଦ ଅନୁମୋଦନ କରିଛନ୍ତି। ଏହା ପରେ ଇଣ୍ଡବରାତ ତାପଜ କେନ୍ଦ୍ରଟି କାର୍ଯ୍ୟକାରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/17-23.jpg)