ପୋଟଳ ସଂରକ୍ଷିତ ଜଙ୍ଗଲରୁ ଜୀବନ୍ତ ନବଜାତ ଶିଶୁପୁତ୍ର ଉଦ୍ଧାର

କେନ୍ଦୁଝର: ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର ଉଦ୍ଧର ହୋଇଛି | ଶିଶୁପୁତ୍ରଟି ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଉଦ୍ଧାର ହୋଇଥିବାବେଳେ ଶନିବାର କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ଼ ଶଙ୍କିରୀ ପଞ୍ଚାୟତ଼ରେ ଥିବା ପୋଟଳ ଗ୍ରାମର ୟୁକେଲ ପଟାଶ ସଂରକ୍ଷିତ଼ ଜଙ୍ଗଲ ନିକଟରୁ ସକାଳ ୬ଟାବେଳେ ନବଜାତ଼କୁ ଉଦ୍ଧର କରାଯାଇଥିବା ଜଣା ପଡିଛି |

Baby feet, infant barefoot | Premium Photo
Freepik

ପ୍ରାପ୍ତ ସୂଚନା ଅନୁସାରେ, ପୋଟଳ ଗ୍ରାମର ସଂରକ୍ଷଣ ଜଙ୍ଗଲକୁ ବାଙ୍ଗୁରୁ ତିରିଆ ଶୈାଚ଼ ହେବା ପାଇଁ ଯାଇଥିଲେ। ଏହି ସମୟରେ କୁଆଁ କୁଆଁ କାନ୍ଦ ଶୁଭିବାରୁ ବାଙ୍ଗୁରୁ ସେଠାକୁ ଯାଇ ନବଜାତକୁ ତ଼ଳେ ପଡ଼ିଥିବାର ଦେଖିଥିଲେ । ଖବର ପାଇ ଦଳିତ଼ ଆଦିବାସୀ ବିକାଶ ସଂସ୍ଥାନ ଓଡ଼ିଶାର ସଭାପତ଼ି ଶ୍ରୀ ରମାକାନ୍ତ ପାତ୍ର ଗ୍ରାମର ମୋହନ ଦାସ, ବ୍ରହ୍ମେଶ୍ବର ଦାସ, ଉଦୟ ମହାନ୍ତ, ତ଼ରଣୀ ପାତ୍ର ପ୍ରମୁଖ ଶିଶୁପୁତ୍ରକୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ। କେନ୍ଦୁଝର ଚ଼ାଇଲଡ଼ ଲାଇନ ରିନାରାଣୀ ଗିରି ଖବର ପାଇ ସେଠାରେ ପହଞ୍ଚିଥିଲେ। ଶିଶୁଟି ରାତ଼ି ସାରା ଖୋଲା ଆକାଶ ତ଼ଳେ ପଡ଼ି ରହିଥିବାରୁ ମୁଣ୍ତ ଓ କାନରେ ପିମ୍ପୁଡ଼ି କାମୁଡ଼ି ଦେଇଥିଲେ, ଯାହା ଫଳରେ ରକ୍ତ ସ୍ରାବ ହେଉଥିବା ଜଣା ପଡିଛି । ତ଼େବେ କେହି କୁଆଁରୀ ମା’ ଲୋକଲଜ୍ୟାରେ ଶିଶୁଟିକୁ ଛାଡ଼ି ଚ଼ାଲିଯାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଶିଶୁଟିର ଅବସ୍ଥା ଗୁରୁତ଼ର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର