ଟିକା ନେବା ପରେ ସଂକ୍ରମଣ : ନଜର ରଖିବେ ୮ଜଣିଆ କମିଟି

ଭୁବନେଶ୍ବର : ଟିକାର ଦୁଇ ଡୋଜ୍ ନେବା ପରେ ମଧ୍ୟ ଲୋକମାନେ କରୋନାରେ ସଂକ୍ରମିତ‌‌(ବ୍ରେକ୍‌ ଥ୍ରୁ ଇନ୍‌ଫେକସନ୍‌) ହେଉଥିବା ନଜରକୁ ଆସିଛି। ଏ ଦୃଷ୍ଟିରୁ ଏହାର ଏପିଡେମିଓଲୋଜିକାଲ, ମାଇକ୍ରୋବାଇଓଲୋଜିକାଲ, ଇମ୍ୟୁନୋଲୋଜିକାଲ, ଜେନୋମିକ ଓ କ୍ଲିନିକାଲ ଗବେଷଣାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର ଏଥିପାଇଁ ଏକ ୮ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି। ଏହି କମିଟି ଏସବୁ ଘଟଣାଗୁଡ଼ିକର ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍‌ର ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହାବାଦ୍ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କମିଟିର ଆବାହକ ସଦସ୍ୟ ରହିଛନ୍ତି। ଆରଏମ୍‌ଆରସିର ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି, ପୁରୀ ମେଡିକାଲ କଲେଜର ଅଧୀକ୍ଷକ ଡା. କୌଶିକ ମିଶ୍ର, ଏସ୍‌ସିବି ମେଡିକାଲ କଲେଜର ମାଇକ୍ରୋବାଇଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ନିରୁପମା ଚଇନି, ଛାତିରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡା. ମନୋରଂଜନ ପଟ୍ଟନାୟକ, ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡା, ରୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର କମିଟିର ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର