ଦ୍ବିତୀୟ ଦିନ ଲାଗି ୨ହଜାର ତଳେ ସଂକ୍ରମଣ

ଭୁବନେଶ୍ବର :ରାଜ୍ୟରେ ପୁଣିଥରେ ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ୨ହଜାର ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୨.୪୫ ପ୍ରତିଶତ ରହିଛି। ହେଲେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଅଧିକ ସଂକ୍ରମଣ ହାର ଦେଖିବାକୁ ମିଳିଛି। ଖୋର୍ଧାରୁ ୪୮୦, କଟକ ୨୭୯, ଜଗତସିଂହପୁର ୧୧୩, ଯାଜପୁର ୧୧୫, କେନ୍ଦ୍ରାପଡ଼ା ୧୧୨, ବାଲେଶ୍ବର ୯୮, ଅନୁଗୁଳ ୮୫, ପୁରୀ ୮୩, ନୟାଗଡ଼ ୮୮, ମୟୂରଭଞ୍ଜ ୬୬ ଓ ଷ୍ଟେଟ୍ ପୁଲରୁ ୯୯ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୬୧ହଜାର ୯୩୪କୁ ବୃଦ୍ଧି ପାଇଛି। ସେହିପରି ଆଜି ଆଉ ୬୭ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଖୋର୍ଧା ୨୦, ବାଲେଶ୍ବର ୮, ବରଗଡ଼ ୭, ନବରଙ୍ଗପୁର ୬, ରାୟଗଡ଼ା, ପୁରୀ, ଅନୁଗୁଳରେ ୫ ଲେଖାଏ, ଢେଙ୍କାନାଳ ୪, ମୟୂରଭଞ୍ଜ, କନ୍ଧମାଳରେ ୨ ଲେଖାଏ, କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୩୦୮ରେ ପହଞ୍ଚିଛି। ଆଜି ରାଜ୍ୟରେ ୨୨୧୦ କୋଭିଡ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏବେ ୯ଲକ୍ଷ ୩୯ହଜାର ୧୬୦ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧୭,୪୧୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି। ସଂକ୍ରମଣ ହା ସହିତ ହସ୍ପିଟାଲରେ ରୋଗୀଙ୍କ ଆଡମିସନ୍ ସଂଖ୍ୟା ଭଲ ସ୍ଥିତିରେ ରହିଛି। ସରକାରଙ୍କ ନିୟମ ନ ମାନିଲେ ଏନଫୋର୍ସମେଣ୍ଟ କରାଯିବ। ଆଗକୁ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ। ଯେଉଁ ବୟସ ଅନୁଯାୟୀ ଟିକାକରଣ କରାଯାଉଛି ସେଥିରେ ସମସ୍ତ ଶିକ୍ଷକ ଅନ୍ତର୍ଭୁକ୍ତ। ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି। ସେମାନେ ଯଦି ଟିକା ନେଇ ନାହାନ୍ତି ତାହାଲେ ତା ହେଲେ ନିଜ ଆଡ଼ୁ ଆସି ଟିକା ନିଅନ୍ତୁ ବୋଲି ଡା.ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର