ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘୫ ଟି’କୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବା ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗର ଏକ ସମୀକ୍ଷା ବୈଠକ ଆଜି ଆୟୋଜନ କରାଯାଇଥିଲା। ବୈଠକରେ ଅଧ୍ୟକ୍ଷତା କରି ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଲେ, ସରକାର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତା, ଏହାର ପ୍ରୟୋଗ ପ୍ରଣାଳୀ ଓ ସୁଫଳକୁ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଏଥି ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଉପଖଣ୍ଡ, ଜିଲ୍ଲା ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ପଦାଧିକାରୀ ଆନ୍ତରିକତାର ସହ କାର୍ଯ୍ୟ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଗଣମାଧ୍ୟମ ଜରିଆରେ ସରକାରଙ୍କ ସଫଳତାକୁ ପହଞ୍ଚାଇବା ପାଇଁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ବିଭାଗର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାର୍ଯ୍ୟକ୍ରମର ଡିଜିଟାଲ୍ ପଦ୍ଧତ୍ତିରେ ସଂରକ୍ଷଣ ବ୍ୟବସ୍ଥା, ବିଜ୍ଞାପନଗୁଡ଼ିକର ଅନ୍ଲାଇନ୍ ମାଧ୍ୟମରେ ଗ୍ରହଣ ଓ ପ୍ରେରଣ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର କିଛି ପ୍ରମୁଖ ବିଷୟକୁ ଫେସ୍ବୁକ୍ରେ ଅପ୍ଲୋଡ୍ କରାଯିବା, ଲୋକସମ୍ପର୍କ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ନିଜ ବ୍ୟବହାର ଓ ମାର୍ଜିତ କଥାବାର୍ତ୍ତା ଜରିଆରେ ଲୋକଙ୍କ ଆସ୍ଥାଭାଜନ ହେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନର ଅଡିଓ ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକ ଓ ସୁବାସ ଚନ୍ଦ୍ର ସୂପକାର, ଉପ ଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଅର୍ଥ ପରାମର୍ଶଦାତା ଡି ପି ବନ୍ଛୋରଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟର ସମୀକ୍ଷା କଲେ ନିର୍ଦ୍ଦେଶକ, ‘୫ ଟି’କୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ
/sambad/media/post_attachments/wp-content/uploads/2019/08/infor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)