ରଥଯାତ୍ରା ସିଧାପ୍ରସାରଣ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କ ଅନୁଧ୍ୟାନ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ଯାତ୍ରା, ସଂଧ୍ୟା ଦର୍ଶନ, ସୁନାବେଶ, ନୀଳାଦ୍ରି ବିଜେର ସିଧାପ୍ରସାରଣ ହେବ। ଏଥିପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଲାଇଭ୍‌ ଫିଡ୍‌ ଦେବ। ଏହା ପୂର୍ବରୁ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ସ୍ବତନ୍ତ୍ର ଦଳ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ କେଉଁ ସ୍ଥାନରୁ ଲାଇଭ୍‌ ପାଇଁ କ୍ୟାମେରା ଲାଗି ପାରିବ, ସେ ଉପରେ ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କ ସହ ସିଂହଦ୍ବାରରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ କେଉଁ କେଉଁ ସ୍ଥାନରୁ ନିର୍ବିଘ୍ନରେ ସିଧା ପ୍ରସାରଣ ହୋଇପାରିବ, ସେ ସ୍ଥାନ ଚିହ୍ନଟ କରିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବିନା ଭକ୍ତରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ଏହି ଦୃଷ୍ଟିରୁ ବିଶ୍ବର କୋଣ ଅନୁକୋଣରେ ଥିବା ଭକ୍ତଙ୍କୁ ସିଧାପ୍ରସାରଣ ଜରିଆରେ ରଥଯାତ୍ରା ଦେଖାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ବି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସିଧା ପ୍ରସାରଣର ଫିଡ୍‌ ଦେବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର