ଭୁବନେଶ୍ଵର: ରାଜ୍ୟ ସୂଚନା କମିସନର ସୁଶାନ୍ତ କୁମାର ମହାନ୍ତି ଅପିଲକାରୀ ସୂଚନା ଅଧିକାର କର୍ମୀ ଚିତ୍ତ ରଞ୍ଜନ ସେଠୀଙ୍କ ଦ୍ବାରା ଦାଖଲ ହୋଇଥିବା ଅପିଲ ଓ ଅଭିଯୋଗ ଗୁଡ଼ିକର ଶୁଣାଣି କରି ୧୩ ସେପ୍ଟେମ୍ବରରେ ତାଙ୍କର ସମସ୍ତ ୬୧ କେସ୍ ଖାରଜ କରିବା ସହ ବର୍ଷକ ପାଇଁ ସେ ସୂଚନା କମିସନରେ ଅପିଲ୍ କରିପାରିବେ ନାହିଁ ଏବଂ ବର୍ଷକୁ ମାତ୍ର ୧୨ଟି ଦରଖାସ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
କମିସନରଙ୍କ ଏହି ନିର୍ଦ୍ଦେଶକୁ ଓଡ଼ିଶା ସୂଚନା ଅଧୁକାର ଅଭିଯାନ(ଓସା) ଦୃଢ଼ ନିନ୍ଦା କରିଛି। କମିସନଙ୍କ ଆଇନ୍ ସଂପର୍କରେ ଅଜ୍ଞତା ପରିପ୍ରକାଶ ଘଟିଛି ବୋଲି ‘ଓସା’ ତରଫରୁ ଦର୍ଶାଯିବା ସହ ଏହି ଅର୍ଡ଼ର ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ।
ଅପିଲକାରୀ ସୂଚନା ଅଧିକାର କର୍ମୀ ଚିତ୍ତ ରଞ୍ଜନ ସେଠୀ ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଜଣେ ସ୍ଵଚ୍ଛ ପାଠ ପଢ଼ିଥିବା ଦଳିତ ଯୁବକ। ବିଜେଡ଼ି ସରକାର ସମୟରେ ନିମାପଡ଼ା ପଞ୍ଚାୟତ ସମିତିରେ ବିଭିନ୍ନ ସରକାରୀ ପ୍ରକଳ୍ପରେ ଚାଲିଥୁବା ଦୁର୍ନୀତି, ହରିଲୁଟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ସହ ସୂଚନା ଅଧିକାର ଆଇନରେ ଏହାର ତଥ୍ୟ ଲୋକଲୋଚନକୁ ଆଣୁଥିଲେ। ସେଥିପାଇଁ ତାଙ୍କୁ ଠିକାଦାର, ଗୁଣ୍ଡମାନେ ଆକ୍ରମଣ କରିଥିଲେ । କିନ୍ତୁ ସେ ଭୟଭୀତ ନହୋଇ ସୂଚନା ଆଇନର ବ୍ୟବହାର କରି ଦୁର୍ନୀତି ବିରୋଧୀ ଲଢ଼େଇ ଜାରି ରଖୁଥିଲେ ।
ପରିସ୍ଥିତି ଏପରି ହେଲା ଚିତ୍ତଙ୍କୁ କିପରି ତଥ୍ୟ ଦିଆ ନଯିବା ପାଇଁ ସରକାରୀ ସ୍ତରରେ ଷଡ଼ଯନ୍ତ୍ର ରଚାଯାଇଥିଲା ବୋଲି ଓସା ଅଭିଯୋଗ କରିଛିୟ। ଅନେକ କ୍ଷେତ୍ରରେ ତାଙ୍କୁ ତଥ୍ୟ ଦିଆଗଲା ନାହିଁ। ଚିତ୍ତ ନିଜ ପଞ୍ଚାୟତ ମିତେଇପୁରରେ ବିଭିନ୍ନ ସରକାରୀ ଯୋଜନାରେ ଋଲିଥିବା ହରିଲୁଟକୁ ଲୋକଲୋଚନକୁ ଆଣିବା ପାଇଁ ତଥ୍ୟ ମାଗିଥିଲେ। ଏନେଇ ମିତେଇପୁର ପଞ୍ଚାୟତ ଓ ନିମାପଡ଼ା ପଞ୍ଚାୟତ ସମିତିକୁ ସେ ଅନେକ ଦରଖାସ୍ତ କରିଥିଲେ ମଧ୍ୟ ପିଆଇଓ କୌଣସି ଉତ୍ତର ଦେଲେନାହିଁ।
ସେଥିପାଇଁ ସେ ତଥ୍ୟ ଗୁଡ଼ିକୁ ହାସଲ କରିବା ପାଇଁ ବାରମ୍ବାର ମାଗିଥିଲେ। ସ୍ଥାନୀୟ ଆଇନଜୀବୀଙ୍କ ସହ ପରାମର୍ଶ କରି ସେ ତଥ୍ୟ ନମିଳିବାରୁ ସୂଚନା କମିସନରରେ ଅଭିଯୋଗ ଓ ଅପିଲ କରିଥିଲେ।
୨୦୨୩ ମସିହାରେ ବିଜେଡ଼ି ସରକାରଙ୍କ ଦୁର୍ନୀତି ବିରୋଧୀ ରାଜ୍ୟବ୍ୟାପି ଲଢ଼େଇର ଏହା ଅଂଶ ବିଶେଷ ଥିଲା । ଯେହେତୁ ତଥ୍ୟ ମିଳିଲା ନାହିଁ ସେଥିପାଇଁ ଚିତ୍ତ ସୂଚନା କମିସନଙ୍କ ନିକଟରେ ଅନେକ ଅଭିଯୋଗ ଓ ଅପିଲ କରିଥିଲେ।
ଅଧିକ ଆରଟିଆଇ ଆବେଦନ କରିବାରୁ ସୂଚନା କମିସନ ଏବେ ଖପ୍ପା ହୋଇଛନ୍ତି ବୋଲି ଓସା କହିଛି। ସୂଚନା ଅଧିକାର କର୍ମୀ ଚିତ୍ତରଞ୍ଜନ ସେଠୀଙ୍କ ଉପରେ ୧ ବର୍ଷ ପାଇଁ ଆରଟିଆଇ ମଗାଇବା ଉପରେ ରୋକ ଲଗାଇଛନ୍ତି। ୧ ବର୍ଷ ପରେ ଗୋଟିଏ ବର୍ଷରେ ମାତ୍ର ୧୨ଟି ଆରଟିଆଇ ଆବେଦନ କରି ପାରିବେ ବୋଲି କଟକଣା ଲଗାଇଛନ୍ତି। ନିମାପଡା ଅଂଚଳର ଚିତ୍ତରଞ୍ଜନ ସେଠି ନିଜ ଅଂଚଳରେ ହେଉଥିବା ଭତ୍ତା ଦୁର୍ନୀତିକୁ ନେଇ ଆରଟିଆଇରେ ଆବେଦନ କରିଥିଲେ।
ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ ଅଫିସରୁ ବହୁ ବାର ଆବେଦନ କରି ତଥ୍ୟ ନମିଳିବାରୁ ସୂଚନା କମିସନଙ୍କ ଦ୍ଵାରସ୍ଥ ହୋଇଥିଲେ। ଚିତ୍ତରଞ୍ଜନ କରିଥିବା ୬୧ଟି ଆବେଦନର ଶୁଣାଣି କରି ଏପରି ଏଭଳି ରାୟ ଦେଇଛନ୍ତି ସୂଚନା କମିସନ।
ସେପଟେ ସୂଚନା କମିସନଙ୍କ ଏଭଳି ନିର୍ଦ୍ଦେଶନାମାକୁ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରାଯାଇଛି। ଜଣେ ସୂଚନା ଅଧିକାର କର୍ମୀଙ୍କ ଉପରେ ଏଭଳି ପ୍ରତିବନ୍ଧକ ଲଗାଇବାକୁ ଅସମ୍ବିଧାନିକ କହିବା ସହ ତୁରନ୍ତ ଏହାର ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଏବଂ ସୂଚନା ଅଧିକାର କର୍ମୀ ଚିତ୍ତରଞ୍ଜନ ସେଠି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/15/information-commissions-crackdown-on-citizens-rti-applications-illegal-osa-2025-09-15-17-16-50.jpg)