ଟିକା ନେବା ପରେ କମୁଛି କରୋନା ସଂକ୍ରମଣ, ସ୍ୱାସ୍ଥ୍ୟ ବିଭାଗର ସୂଚନା

ଭୁବନେଶ୍ୱର: ଟିକାନେଲେ କମିଯାଉଛି କରୋନା ସଂକ୍ରମଣ ଆଶଙ୍କା। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଲୋକ ଟିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ମାତ୍ର ୦.୧୩ % ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୫୦୨ ଜଣ କରୋନା ଟିକା ନେଇଛନ୍ତି। ତେବେ ଏମାନଙ୍କ ଭିତରୁ ମାତ୍ର ୧୬ ହଜାର ୯୬୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

– ଟିକା ନେବା ପରେ କରୋନା ସଂକ୍ରମଣ ନେଇ ତଥ୍ୟ ସଂଗ୍ରହ କରିବାକୁ ଏକ କମିଟି ଗଠନ ହୋଇଛି।
– କମିଟି ଜିଲ୍ଲାସ୍ତରରୁ ଏହି ବ୍ୟକ୍ତିମାନଙ୍କ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦେଉଛି।
– ରାଜ୍ୟରେ ୧ କୋଟି ୪୩ ଲକ୍ଷ ୭୭ ଜଣଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ସଂକ୍ରମିତ ୯,୧୫୪।
– ସେହିପରି ୨୪ ଲକ୍ଷ ୪୮ ହଜାର ୪୨୫ ଦ୍ୱିତୀୟ ଡୋଜ୍ ଟିକା ନେଇଥିବାବେଳେ ସଂକ୍ରମିତ ୭,୮୦୬।
– ତେବେ ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନା ସଂକ୍ରମିତ ହେଉଛନ୍ତି ତାହାକୁ ବ୍ରେକ-ଥ୍ରୁ ସଂକ୍ରମଣ କୁହାଯିବ।
– ତେଣୁ ଦୁଇଟି ଡୋଜ୍ ଟିକା ନେଇ କେତେଜଣ ସଂକ୍ରମିତ ହୋଇଛନ୍ତି, ତାର ସଂଶୋଧିତ ତାଲିକା ପ୍ରକାଶ ପାଇବ।

 

ସମ୍ବନ୍ଧିତ ଖବର