ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟା ଘଟଣା : ଓଏଚ୍‌ଆରସିଙ୍କ ତଦନ୍ତ ନିର୍ଦେଶକ

ଭୁବନେଶ୍ବର : ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌ ଓଏଚ୍‌ଆରସି)। ଓଏଚ୍‌ଆରସିଙ୍କ ଅତିରିକ୍ତ ପୁଲିସ ଡିଜି ତଥା ତଦନ୍ତ ନିର୍ଦ୍ଦେଶକ ବ୍ୟକ୍ତିଗତ ଭାବେ ଏହାର ତଦନ୍ତ କରିବାକୁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ସପ୍ତାହ ଭିତରେ କମିସନଙ୍କୁ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି।

ଗତ ଫେବ୍ରୁଆରି ମାସରେ ସୂଚନାଧିକାର କର୍ମୀ ରଂଜନ ଦାସଙ୍କ ମୃତଦେହ ମାର୍ଶାଘାଇ ଥାନା ବରୁହାଁ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ରଂଜନଙ୍କ ଭିଣୋଇ ବଳରାମ ଦାସ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ମାତ୍ର ଏହି ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ନେଇ ସୂଚନାଧିକାର କର୍ମୀମାନେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରିଥିଲେ। କମିସନ୍‌ ଏହି ମାମଲାକୁ ବିଚାର କରି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଥିଲେ। ଏସ୍‌ପିଙ୍କ ରିପୋର୍ଟ ପାଇବା ପରେ କମିସନ୍‌ଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର