ଜୟପୁର: ଗତବର୍ଷ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡକାରାଗାରକୁ ସ୍ବତନ୍ତ୍ର କାରାଗାର ମାନ୍ୟତା ପ୍ରଦାନ  କରାଯାଇଥିଲା । ଏହି ଘୋ‌ଷଣା କେବଳ ଘୋଷଣାରେ ହିଁ ସୀମିତ ହୋଇ ରହିଯାଇଛି। ଘୋଷଣା ପରେ ନୂଆ  କର୍ମଚାରୀ କିମ୍ବା ଅନୁସଙ୍ଗିକ ଭିତ୍ତିଭୂମିର ହୋଇନି ସୁଧାର। ସମ୍ମୁଖରେ ଲାଗିଥିବା ବୋର୍ଡରେ ପୂର୍ବରୁ ଜୟପୁର ଉପକାରାଗାର ରହିଥିବା ବେଳେ ଏବେ ମାନ୍ୟତା ପାଇବା ପରେ ନାଁ ପରିବର୍ତ୍ତନ ହୋଇ ଜୟପୁର ସ୍ବତନ୍ତ୍ରକାରାଗାର ହୋଇଛି। କିନ୍ତୁ ନୂଆ ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯାଇନି କି ଏହାର ଭିତ୍ତିଭୂମିର ବି ସୁଧାର ହୋଇପାରିନି।

Advertisment

ସୂଚନାଯୋଗ୍ୟ, ଏଠାରେ ରହୁଥିବା  ଅନ୍ତେବାସୀ ମାନଙ୍କୁ ମଧ୍ୟ ଜିଲ୍ଲାସ୍ତରୀୟ କାରାଗାରରେ ଯେଭଳି  ବ୍ୟବସ୍ଥା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବା କଥା । ସେଭଳି ବିଚାରାଧୀନ କଏଦି ମାନଙ୍କୁ ଆତ୍ମ ନିର୍ଭରଶୀଳ  ଓ ଏଠା‌ରୁ ବାହାରିବା ପରେ ସମାଜର ମୁଖ୍ୟସ୍ରୋତରେ ନିଜକୁ ଭଲ ଭାବେ ସାମିଲ କରିବା ନିମନ୍ତେ ବିଭିନ୍ନ ଧନ୍ଦା ଓ ବୃତ୍ତିଗତ  କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦିଆଯିବା ଯେଉଁ ଯୋଜନା ରହିଛି ତାହା ଆରମ୍ଭ ହେବାର ୮ମାସ‌ ପରେ ବି କାର୍ଯ୍ୟକାରୀ ହୋଇନି।

ଜିଲ୍ଲାକାରାଗର ଭଳି ଏଠାରେ  ମଧ୍ୟ ଜଣେ ଅଧିକ୍ଷକ, ସହକାରୀ ଜେଲର , କଲ୍ୟାଣ ବିଭାଗ ଅଧିକାରୀ, ସାଂସ୍କୃତିକ ଅଧିକାରୀ, ଆଇନ ପରାମର୍ଶ ଅଧିକାରୀ,  ୨ ଜଣ ସବଆସିଷ୍ଟେଣ୍ଟ ଜେଲର,  ଜଣେ ମୁଖ୍ୟ ୱାର୍ଡର, ୩ଜଣ ହାବିଲଦାର, ୧୦ ଜଣ ୱାର୍ଡର, ୨ ଜଣ ମହିଳା ୱାର୍ଡର ଏବଂ ଅନ୍ୟାନ୍ୟ  ଜିଲ୍ଲା ସ୍ତରୀୟ ଜେଲର ଆବଶ୍ୟକ ପଦବୀ ଗୁଡିକ ନିଯୁକ୍ତି କରାଯିବାକୁ ବିଞପ୍ତିରେ ଦର୍ଶାଯାଇଛି ।  ସେଭଳି କାରାଗାରର ୱାର୍ଡ ସଂଖ୍ୟା ବୃଦ୍ଧି କରିବା। ତେବେ ଜୟପୁର ସ୍ବତନ୍ତ୍ର କାରଗାରରେ ଏବେ ପୁରୁଷ ମାନଙ୍କ ପାଇଁ ୧୧ ଟି ୱାର୍ଡ ଏବଂ ମହିଳା ପାଇଁ ୨ ୱାର୍ଡ ରହିଛି। ସେଭଳି ଆଜି ୩୩୨ ଜଣ ପୁରୁଷ ଏବଂ ୫ ଜଣ ମହିଳା ଅନ୍ତେବାସୀ ରହୁଛନ୍ତି । ଜଣେ ଅଧିକ୍ଷକ, ଜଣେ ସହକାରୀ ଜେଲର, ଜଣେ ହାବିଲଦାର, ୫ଜଣ ୱାର୍ଡର ରହିଥିବା ବ‌େଳେ ବଳକା ସବୁ ପଦବୀ ଖାଲି ପଡ଼ିଛି। ଏହି ସ୍ଥିତିରେ ମାନ୍ୟତା ଅନୁଯାୟୀ ଏହି ସ୍ବତନ୍ତ୍ର କାରାଗାର ସଂପୁର୍ଣ୍ଣ କାର୍ଯ୍ୟକାରୀ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।