୩ ଦିନ ପୂର୍ବରୁ ଚିହ୍ନଟ ହୋଇଥିବା ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ

ଲା, ମାତ୍ର ବେଫିକର ବିଭାଗ

ବାରିପଦା: ବାରିପଦା ସହର ମଧ୍ୟକୁ ପଶିଆସିଲା ହରିଣ। ଆଜି ବାରିପଦା ସହରର ୱାର୍ଡ ନଂ-୨୧ ମୁର୍ଗାବାଡ଼ି ଅଞ୍ଚଳର ବ୍ୟୋମକେଶ ପାଣିଗ୍ରାହୀଙ୍କ ବାସଭବନ ପଛ ବାଡ଼ିରେ ସକାଳ ସମୟରେ ଏକ ଆହତ ହରିଣ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା । ଖବରପାଇ ବନ ବିଭାଗର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିବା ନିମନ୍ତେ ଉଦ୍ୟମ କରିଥିଲେ । ମାତ୍ର ହରିଣ ଦୌଡ଼ି ପଳାଇ ଯିବାରୁ ତାର ପିଛା କରି ମୁର୍ଗାବାଡ଼ିସ୍ଥିତ ପ୍ରୟାସ ସମ୍ମିଳନୀ ହଲ ନିକଟରେ ହରିଣକୁ ଧରିବାରେ ସଫଳ ହୋଇଥିଲେ । ଏହି ସମୟରେ ହରିଣ ମୁହଁରୁ ରକ୍ତ ଝରୁଥିବାର ଦେଖିବାକୁ ମିଳିଥିଲା ।

ଆହତ ହରିଣକୁ ବାରିପଦା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚିକିତ୍ସା ଯୋଗାଇ ଦେବା ପରେ ଜନଗହଳିଠାରୁ ଦୂର ଦେଉଳି ରେଞ୍ଜ ଅଧୀନ ଏକ ନର୍ସରୀ ଭିତରେ ନିରୀକ୍ଷଣରେ ରଖାଯାଇଛି । ଉକ୍ତ ହରିଣଟି ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟରୁ ୩ ଦିନ ପୂର୍ବେ ବାଟହୁଡ଼ି ମୟୂରଭଞ୍ଜ ଭିତରକୁ ଚାଲି ଆସିଥିବା ପ୍ରକାଶ। ବନ ବିଭାଗ ନିକଟରେ ଏ ବିଷୟରେ ସୂଚନା ରହିଥିଲେ ମଧ୍ୟ ହରିଣକୁ ଉଦ୍ଧାର କରିବା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନଥିଲା । ଗତକାଲି ଦାମୋଦରପୁରଠାରେ ହରିଣକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଆଜି ବାରିପଦା ପୌରପରିଷଦ ଭିତରକୁ ପଶିଆସିଥିବା ସମୟରେ ବୁଲା କୁକୁରମାନଙ୍କ ଆକ୍ରମଣରେ ତାର ମୁହଁରେ କ୍ଷତ ସୃଷ୍ଟି ହୋଇଥିବାର ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର