ରାସ୍ତାକଡ଼ରୁ ଆହତ ହେଟାବାଘ ଉଦ୍ଧାର

ମାଲକାନଗିରି : ଜୟପୁରରୁ ମାଲକାନଗିରି ଦେଇ ଯାଇଥିବା ରାଞ୍ଚି-ବିଜୟଵାଡ଼ା ୩୨୬ନଂ ଜାତୀୟ ରାଜପଥ କଡ଼ରୁ ଆଜି ଗୁରୁତର ଆହତ ଅବସ୍ଥାରେ ଏକ ହେଟାବାଘକୁ ଉଦ୍ଧାର ହୋଇଛି। ମାଲକାନଗିରି ବ୍ଲକ ପାଣ୍ଡ୍ରିପାଣି ନିକଟସ୍ଥ ରାସ୍ତା କଡ଼ ନାଳରେ ହେଟାବାଘଟି ପଡ଼ି ରହିଥିଲା। ସ୍ଥାନୀୟ ଲୋକେ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବନ ବିଭାଗ କର୍ମଚାରୀ ଯନ୍ତା ସାହାଯ୍ୟରେ ହେଟାବାଘକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟ ନେଇ ତାର ଚିକିତ୍ସା କରାଇଥିଲେ। ସୁସ୍ଥ ହେବା ପରେ ତାକୁ ବଣରେ ଛଡ଼ାଯିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ରାତିରେ ବନ୍ୟଜନ୍ତୁ ଜାତୀୟ ରାଜପଥ ପାର ହେଉଥିବା ବେଳେ କ୍ଷୀପ୍ର ଗତିରେ ଯାଉଥିବା ଗାଡ଼ିଗୁଡିକ ସାମ୍ନାରେ ପଡ଼ିଯାଉଛନ୍ତି। ଫଳରେ ଏଭଳି ଦୁର୍ଘଟଣା ଘଟିବା ସହ ବହୁ ବନ୍ୟଜନ୍ତୁଙ୍କ ଜୀବନ ଯାଉଥିବା ଦେଖିବାକୁ ମିଳୁଛି। ଗତକାଲି ରାତିରେ ହେଟାବାଘଟିକୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ସେ ଗୁରୁତର ହୋଇ ରାତି ସାରା ନାଳରେ ପଡ଼ି ରହିଥିବା ଅନୁମାନ କରାଯାଉଛି। ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେଉଛନ୍ତି ଜଙ୍ଗଲି ଜୀବଜନ୍ତୁ। ଗତ କିଛି ମାସ ମଧ୍ୟରେ ଜିଲ୍ଲାରେ ୫୦ରୁ ଊର୍ଦ୍ଧ୍ବ ଅଜଗର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ବେଳେ ଏବେ ଜଙ୍ଗଲି ଜୀବଜନ୍ତୁ ଗାଁମୁହାଁ ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର