ଭଦ୍ରକ: ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଥିବା କଳହ ଉଗ୍ରରୂପ ନେଇଛି। ଏହି କାରଣରୁ ରାଗିଯାଇ ସ୍ଵାମୀଙ୍କ ଉପରରେ ସ୍ତ୍ରୀ ଢ଼ାଳି ଦେଇଥିଲେ ଗରମ ତେଲ। ଫଳରେ ଗୁରୁତର ହୋଇଥିବା ସ୍ବାମୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଭଦ୍ରକ ଜିଲ୍ଲା ସାବରଂଗ ଥାନା ଅଂଚଳରେ ଗତ ୧୫ ତାରିଖ ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ବ୍ୟକ୍ତି ହେଲେ ପ୍ରଫୁଲ୍ଲ ମାହାନା।
ଘଟଣାରୁ ପ୍ରକାଶ ଯେ, ଗତ ୧୫ ତାରିଖ ଦିନ ଭଦ୍ରକ ଜିଲ୍ଲା ସାବରଂଗ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ମାହାନାଙ୍କ ଉପରକୁ ଗରମ ତେଲ ଢ଼ାଳି ଦେବାରୁ ତାଙ୍କର ଅଧା ଶରୀର ପୋଡ଼ି ହୋଇଯାଇଥିଲା। ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଏଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଭାବରେ ଆହତ ହୋଇଥିବା ପ୍ରଫୁଲ୍ଲଙ୍କ ଏବେ କଟକ ଡ଼ାକ୍ତରଖାନାରେ ଚିକିତ୍ସା ଜାରି ରହିଛି। ସେ ସାମାନ୍ୟ ସୁସ୍ଥ ହୋଇଥିବା ଜଣାପଡ଼ିଛି। ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/19a5e7bf-8f72-4958-9ed4-473ce6869630.jpg)