ମହାରାଷ୍ଟ୍ର ପର୍ଯ୍ୟଟକଙ୍କୁ ମାଡ ମାରିବା ସହ ସୁନାଚେନ୍‌ ଛଡ଼ାଇ ନେଲେ ଶ୍ରୀମନ୍ଦିର ସେବାୟତ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ବିରୋଧରେ ରବିବାର ଏକ ସାଘାଂତିକ ଅଭିଯୋଗ ଆସିଛି। ପୁରୀ ବୁଲିବାକୁ ଆସିଥିବା ମହାରାଷ୍ଟ୍ର ପର୍ଯ୍ୟଟକଙ୍କଠାକୁ ସେବାୟତମାନେ ସୁନାଚେନ ଲୁଟ୍‌ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଆହତ ପର୍ଯ୍ୟଟକ କେତନ ଗନପତ୍‌ ସସ୍ତ୍ରୀକ ମୁମ୍ବାଇରୁ ଆସିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ମନ୍ଦିରର ଜୟବିଜୟ ଦ୍ୱାର ନିକଟରେ ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକଙ୍କୁ ସେବାୟତମାନେ ଠେଲାପେଲା କରିଥିଲେ। ଏହି ସମୟରେ ପର୍ଯ୍ୟଟକ ବେକରେ ପକାଇ ଥିବା ସୁନା ଚେନ ସେବାୟତ ଛଡାଇ ନେଇଥିଲେ। ଏହାପରେ ସେ ପୁଲିସରେ ଏନେଇ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ମୁତାବକ, ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି । ଘଟଣା ଘଟିଥିବାସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ । ଏହି ଯାଞ୍ଚ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ସେବାୟତଙ୍କ ଠେଲାପେଲାରେ ଆହତ ପର୍ଯ୍ୟଟକଙ୍କୁ ପୁରୀ ବଡ ମେଡିକାଲରେ ଚିକିତ୍ସା କରାଯିବା ପରେ ଛୁଟି କରି ଦିଆଯାଇଛି।

ସମ୍ବନ୍ଧିତ ଖବର