ରାଉରକେଲା: ଶନିବାର ସକାଳେ ଦୁଇ ସାଙ୍ଗ ମଧ୍ୟରେ ସାମାନ୍ୟ ବଚସାରୁ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଗୁରୁତର ଆହତ ଏସ୍ଟିଆଇ ବସ୍ତିର ସୁରେନ୍ଦ୍ର ସାହୁ(୨୨) ସ୍ଥାନୀୟ ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ରଘୁନାଥପାଲି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।
ପୁଲିସ ସୂଚନାଅନୁସାରେ, ଏସ୍ଟିଆଇ ବସ୍ତିରେ ସୁରେନ୍ଦ୍ର ସପରିବାର ରହୁଥିବାବେଳେ ଅଭିଯୁକ୍ତ ମଧ୍ୟ ସମାନ ବସ୍ତିରେ ତଥା ଘର ପାଖରେ ରହୁଛି। ଶନିବାର ସକାଳେ ଘରଠାରୁ ଅନତି ଦୂରରେ ଦୁଇ ବନ୍ଧୁ କଥାବାର୍ତ୍ତା ହେଉଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଅଭିଯୁକ୍ତ ପାଖରେ ରଖିଥିବା ଏକ ଛୁରିରେ ସୁରେନ୍ଦ୍ରଙ୍କ ପେଟରେ ଭୁସିଦେଇଥିଲା। ଫଳରେ ସୁରେନ୍ଦ୍ର ତଳେ ପଡ଼ିଯାଇଥିଲେ। ଅପରପକ୍ଷରେ ମରିଯାଇଥିବା ସନ୍ଦେହକରି ଅଭିଯୁକ୍ତ ଛୁରିଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିଛି ସମୟରେ ସ୍ଥାନୀୟଲୋକ ସୁରେନ୍ଦ୍ର ତଳେପଡ଼ିଥିବା ଦେଖି ତୁରନ୍ତ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ସ୍ଥାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ସ୍ଥାନୀୟ ଏକ ବେସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ପୁଲିସ ଛାନ୍ଭିନ ଜାରିରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/attack.jpg)