ଘୁ ଉଦୟଗିରି: ଦିନକୁଦିନ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ କଳିଙ୍ଗା ଘାଟିରେ ଦୁର୍ଘଟଣା ଦେଖିବାକୁ ମିଳିଛି। ସେ ଛୋଟ ହେଉ କି ବଡ ଦୁର୍ଘଟଣା। ଏହିପରି ସ୍ଥଳେ ଅନେକ ସମୟରେ ଆମ୍ବୁଲାନ୍ସ ସେବା ମିଳିବା କଷ୍ଟସାଧ୍ୟ ହୋଇପଡୁଛି। ଆଜି ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କଳିଙ୍ଗାରେ।
ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଞ୍ଜନଗର ଠାରୁ ଘୁ ଉଦୟଗିରି ଅଭିମୁଖେ ଯାଉଥିବା ବାଇକ୍ (ଓଡ଼ି ୩୨ଏଚ ୮୦୦୪) କଳିଙ୍ଗା ଘାଟି ଆରମ୍ୱ ଉଦ୍ଧବ ଢ଼ାବା ନିକଟରେ ଏକ କୁକୁରକୁ ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରେଇ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହୋଇଥିଲେ। ସମାଜ ସେବୀ ଆମନ ଚନ୍ଦ୍ର ନାୟକ ଓ ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ଓ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ମିଳିବା ବହୁତ୍ ସମସ୍ୟା ହୋଇଥିଲା। ଘୁ ଉଦୟଗିରି, ଟିକାବାଲି, ରାଇକିଆ, କିମ୍ବା ନୂଆଗାଁରେ ନାହି ଆମ୍ବୁଲାନ୍ସ। ଭଞ୍ଜନଗର ଠାରୁ ଆମ୍ବୁଲାନ୍ସ ଆସିବ ବୋଲି ଆମ୍ବୁଲାନ୍ସ ଗ୍ରାହକ ସେବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା। ଯଦି ଅପେକ୍ଷା କରି ପାରିବ ତେବେ କରନ୍ତୁ ବୋଲି କହିଥିଲେ।
/sambad/media/post_attachments/wp-content/uploads/2024/03/IMG-20240323-WA0221-e1711274739542.jpg)
ତେବେ ସେହି ସମୟରେ ୧୧୨ ପୁଲିସ ପାଟ୍ରୋଲିଂ ଗାଡ଼ିରେ ଏଏସଆଇ ରମେଶ ଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ। ପୁଲିସ ଯଦି ପହଞ୍ଚି ନ ଥାନ୍ତା ତେବେ କେତେ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ବିଗତ ଦିନରେ ସେହିପରି ସମାଜ ସେବୀ ଅମନ୍ ଚନ୍ଦ୍ର ନାୟକ ମଧ୍ୟ ଆମ୍ବୁଲାନ୍ସ ନ ମିଳିବା କାରଣରୁ ସ୍କୁଟି ଓ ଅଟୋ ସାହାର୍ଯ୍ୟରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ ଓ ଚିକିତ୍ସା କରାଇଥିଲେ। ତେବେ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଯଦି ଅଧିକ ପରିମାଣରେ ମିଳନ୍ତା ତେବେ ଦୁର୍ଘଟଣା ଜନିତ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/IMG-20240323-WA0222.jpg)