ପୁରୀ : ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି କଟକ ବାଲିଯାତ୍ରା ପଡ଼ିଆରେ ନିଜ ସରକାରର ୪ ବର୍ଷର ହିସାବ ରଖିଥିଲେ। ଏହି ସଭାରେ ଯୋଗ ଦେଇଥିବା ବରିଷ୍ଠ ଅଭିନେତା ତଥା ବିଜେଡି ଛାଡ଼ି ନିକଟରେ ବିଜେପିରେ ପାଦ ଥାପିଥିବା ମିହିର ଦାସ ଆଉ ପାଦେ ଆଗେଇ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱୟଂ ଜଗନ୍ନାଥଙ୍କ ସହିତ ତୁଳନା କରିଥିଲେ। ଏହି ବକ୍ତବ୍ୟକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମିହିରଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା। ଏହାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିନଥିବା ବେଳେ ମିହିରଙ୍କ ମନ୍ତବ୍ୟ ଅତି ନିନ୍ଦନୀୟ ବୋଲି ପୁରୀ ରାଜୀବ ଗାନ୍ଧୀ ଫୋରମ୍ ସଭାପତି ଦେବାଶିଷ ଦାସ ମହାପାତ୍ର ଏବଂ ଯୁବ କଂଗ୍ରେସ ନେତା ଆଲୋକ ଦାଶ ପ୍ରକାଶ କରିଛନ୍ତି। ମିହିର ଦାସ ମୋଦିଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରି ମହାପାପ କରିଛନ୍ତି। ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କୁ ପରିହାସ କରିଛନ୍ତି। ତୁରନ୍ତ ସେ ପୁରୀ ଆସି କ୍ଷମା ମାଗନ୍ତୁ, ଅନ୍ୟଥା ତାଙ୍କୁ ପୁରୀ ସହରରେ ପୁରାଇ ଦିଆଯିବନାହିଁ ବୋଲି ଚେତାବନୀ ଦିଆଯାଇଛି। ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଉଦାହରଣ ଦିଆଯାଇ ଏ କଥା ବି ସୂଚାଇ ଦିଆଯାଇଛି ଯେ, ପପୁ ପମ୍ପମ୍ଙ୍କୁ ଯେମିତି କାଳିମାଡ଼ କରାଯାଇଥିଲା ମିହିର ଦାସଙ୍କୁ ମଧ୍ୟ ଅନୁରୂପ ଢଙ୍ଗରେ ସ୍ୱାଗତ କରାଯିବାରେ ଆଦୌ ଅବହେଳା କରାଯିବନାହିଁ।
ଅଭିନେତା ମିହିର ଦାସଙ୍କୁ ଅଣ୍ଡା ଓ କାଳିମାଡ଼ ଧମକ
/sambad/media/post_attachments/wp-content/uploads/2018/05/mihir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)