ବାଳ ସୁଧାର ଗୃହରୁ ୬ ଅନ୍ତେବାସୀ ଚମ୍ପଟ; ହତ୍ୟା ମାମଲାରେ ଜଣେ, ଚୋରି ମାମଲାରେ ଥିଲେ ୫

ବ୍ରହ୍ମପୁର : ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)। ଏହି ବାଳ ସୁଧାର ଗୃହରୁ ରାତି ଅଧିଆ ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ଝରକା ଗ୍ରିଲ୍‌ ତାଡ଼ି ୬ଜଣ ଅନ୍ତେବାସୀ ଗତକାଲି ବିଳମ୍ବିତ ରାତିରେ ସୁଧାର ଗୃହରୁ ଖସି ପଳାଇଛନ୍ତି।

ଏ ନେଇ ବାଳ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ଅନ୍ତେବାସୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଚମ୍ପଟ ମାରିଥିବା ଅନ୍ତେବାସୀଙ୍କ ମଧ୍ୟରେ ଜଣେ ହତ୍ୟା ମାମଲାରେ ଥିବାବେଳେ ଅନ୍ୟ ୫ଜଣ ଚୋରି ମାମଲାରେ ବିଚାରାଧୀନ ଥିଲେ ବୋଲି ଅଧୀକ୍ଷକ ରାଓ କହିଛନ୍ତି। ଚମ୍ପଟ ଅନ୍ତେବାସୀଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ ଥିବାବେଳେ ଚମାଖଣ୍ଡିର ଜଣେ ରହିଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ୨ଜଣ, ଗଜପତି ଜିଲ୍ଲାର ଜଣେ ଓ ପୁରୀର ଜଣେ ଅନ୍ତେବାସୀ ରହିଛନ୍ତି।

ସମ୍ବନ୍ଧିତ ଖବର