ବରଗଡ଼: ମତଦାନର ମହାନ୍ ପର୍ବ ଚଳିତ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ କରିଛନ୍ତି। ସମଗ୍ର ଜିଲ୍ଲାର କୋଣଅନୁକୋଣରେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତାଦେଇ ରାଲି କରୁଥିବା ବେଳେ ସହରାଞ୍ଚଳରେ ବର୍ଜ୍ୟବସ୍ତୁ ସଂଗ୍ରହ ଯାନ ମାଧ୍ୟମରେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଚେତନତା ଗୀତ ଦ୍ୱାରା ଭୋଟରଙ୍କୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଂସ ମହାରାଜ ସଚେତନ ନାଗରିକ ହୋଇ ଭୋଟ ଦେବାପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ‘ମିଲିମିଶି ହେମା ଯୋଟ୍, ସଭେ ଆସ ଦେମା ଭୋଟ୍’ ବୋଲି ଆହ୍ୱାନ କରିଛନ୍ତି। ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଲୋକକବି ହଳଧର ନାଗ ଆଗାମୀ ୨୦ ତାରିଖରେ ସମସ୍ତେ ମତଦାନ କରିବାପାଇଁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଜିଲ୍ଲାର ସମସ୍ତ ଭୋଟର ମତଦାନର ମହାନ ପର୍ବରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ସହ ନିର୍ବାଚନକୁ ସଫଳ କରିବାପାଇଁ ଆହ୍ୱାନ କରିଛନ୍ତି।
ବରଗଡ଼ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ‘ମିଲିମିଶି ହେମା ଯୋଟ୍, ସଭେ ଆସ ଦେମା ଭୋଟ୍’
ବର୍ଜ୍ୟବସ୍ତୁ ସଂଗ୍ରହ ଯାନରେ ଭୋଟର ସଚେତନତା ଗୀତ
/sambad/media/post_attachments/wp-content/uploads/2024/04/gdjjgjgjgj-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)