ଭୁବନେଶ୍ବର : କୋଭିଡ୍ ସ୍ଥିତିରେ ସୁଧାର ଆସୁନାହିଁ। ଲଗାତାର ତିନି ବର୍ଷ ହେଲା ଏହି ଅବସ୍ଥା। ଏଥିଯୋଗୁଁ ସର୍ବାଧିକ ଚାପଗ୍ରସ୍ତ ଅଛନ୍ତି ଆବାସିକ ଡାକ୍ତର।
ଡାକ୍ତରଖାନାମାନଙ୍କରେ ଆବଶ୍ୟକ ଡାକ୍ତରଙ୍କ ଅଭାବ, ବିଭିନ୍ନ ସମୟରେ ବରିଷ୍ଠ ଡାକ୍ତରଙ୍କ ଚାପ ଏବଂ ଦୁର୍ବ୍ୟବହାର ଯୋଗୁଁ ସେମାନଙ୍କ ମାନସିକ ସ୍ଥିତି ଦୋହଲିଯାଉଛି। ଏଭଳି ସ୍ଥିତିରେ ସେମାନେ ଯେକୌଣସି ପରିସ୍ଥିତିରେ ଚରମ ପଦକ୍ଷେପ ଗ୍ରହଣ କରିବାର ଆଶଙ୍କା କରି ଏମ୍ସ ଆବାସିକ ଡାକ୍ତର ସଂଘ ପକ୍ଷରୁ ଆବାସିକ ଓ୍ବେଲଫେୟାର କମିଟି ଗଠନ କରାଯାଇଛି। ଯେଉଁ ଆବାସିକ ଡାକ୍ତର ମାନସିକ ଯାତନା ବା ଦୁର୍ବ୍ୟବହାରର ଶିକାର ହୋଇଥିବେ କିମ୍ବା ଚାପଗ୍ରସ୍ତ ଥିବେ ସେମାନଙ୍କୁ କାଉନସେଲିଂ କରାଯିବ। ଏହି କମିଟିରେ କେବଳ ଆବାସିକ ଡାକ୍ତର ସଂଘର କର୍ମକର୍ତ୍ତାମାନେ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/aiims.jpg)
