ରାଉରକେଲା: ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ବୈଷୟିକ ମହୋତ୍ସବ ‘ଇନୋଭିଜନ’ ସ୍ଥାନୀୟ ଏନ୍‌ଆଇଟିରେ ଶୁକ୍ରବାର ଆରମ୍ଭ ହୋଇଛି। ଅନୁଷ୍ଠାନର ଭୁବନେଶ୍ୱର ବେହେରା ଭବନ ଅଡିଟୋରିୟମରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଡିନ୍‌(ଛାତ୍ର କଲ୍ୟାଣ) ପ୍ରଫେସର ସିଦ୍ଧାର୍ଥ ଏସ. ଜେନା କହିଲେ, ନିଜ ନିଜ ଅନ୍ତର୍ନିହିତ କଳାକୁ ପ୍ରଦର୍ଶିତ କରିବାରେ ଏହି ମହୋତ୍ସବ ଶ୍ରେଷ୍ଠ ମାଧ୍ୟମ। ଉତ୍ସବରେ ନିଜର କଳା ପ୍ରଦର୍ଶନ କରି ଜ୍ଞାନ, ଅଭିଜ୍ଞତା ଆହରଣ କରନ୍ତୁ। ଏହି ଅନୁଷ୍ଠାନରୁ ସୁଃଖଦ ଅନୁଭୂତି ନେଇ ଫେରନ୍ତୁ। ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌(ସାକ୍‌) ସଭାପତି ପ୍ରଫେସର ରାଜୀବ ପଣ୍ଡା, ଉପସଭାପତି(ଟେକ୍ନିକାଲ ସୋସାଇଟି) ଉପସଭାପତି ପ୍ରଫେସର କୌସ୍ତୁଭ ଚୌଧୁରୀ, ପ୍ରଫେସର ତୀର୍ଥଙ୍କର ସରକାର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଷ୍ଟାର୍ଟ‌୍ଅପ୍‌ ‘ମ୍ୟାନ୍‌ ଅଫ୍‌ ଡ୍ରୋନ୍‌ସ’ର ପ୍ରତିଷ୍ଠାତା ରାଜ ‌ଶେଖରଙ୍କ ଡ୍ରୋନ ଓ ରୋବୋଟ ସୋ’ ମୁଖ୍ୟ ଆକର୍ଷଣ ପାଲଟିଥିଲା।

Advertisment

publive-image

ମହୋତ୍ସବର ପ୍ରଥମ ଦିନରେ ବିଭିନ୍ନ ଅତିଥିବକ୍ତାଙ୍କ ସ୍ବତନ୍ତ୍ରର ଅଧିବେଶନ ସମେତ ପେଣ୍ଟ୍‌ବଲ୍‌, ବେଲୁନ ପପ୍‌, ବୁଲ୍‌ ରାଇଡ୍‌ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ତିନି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଯଥା-ସୋଆ, ଭିସୁଟ୍‌, ସିଇଟି, ଭିଆଇଟି, କିଟ୍‌ ଆଦିର ହଜାରେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦିନରେ ବୈଷୟିକ ପ୍ରତିଯୋଗିତା, ବୈଷୟିକ ବିଶଶରଦଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ଟେକ୍ ୟୁଟ୍ୟୁବର୍‌, ହାସ୍ୟ କଳାକାର, ଡିଜେ, ନୃତ୍ୟଶିଳ୍ପୀ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ। ମହୋତ୍ସବର ଆବାହକ ରଶ୍ମୀ ରଞ୍ଜନ ସାମନ୍ତରାୟ, ପ୍ରଚ୍ୟୁତ୍ ପ୍ରିୟଦର୍ଶୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।