ଭୁବନେଶ୍ବର : ଆଇ.ଏନ୍.ଏସ୍. ଚିଲିକା ପ୍ରଶିକ୍ଷାର୍ଥୀମାନଙ୍କ ଆଜି ପାଠ୍ୟକ୍ରମ ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଆଇଏନ୍ଏସ୍, ଚିଲିକାର କମୋଡର୍ ଋତୁରାଜ ସାହୁ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ୨୪୭୧ ଭାରତୀୟ ନୌସେନା ତଟରକ୍ଷୀବାହିନୀର ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।
ନିରୀକ୍ଷତ ଅଧିକାରୀ ଭାବେ ଶ୍ରୀ ସାହୁ ତାଙ୍କ ଭାଷଣରେ ସ୍ନାତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ ଲକ୍ଷ୍ୟ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେବା ସହିତ ସମ୍ମାନ ଓ ସାହସକୁ ସାଥିରେ ନେଇ ଗର୍ବ ଓ କର୍ମକୁଶଳତାରେ କାମ କରିବା ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଅହ୍ବାନ ଦେଇଥିଲେ।
ଅଭିଷେକ ସିଂହ ବରିଷ୍ଠ କେକେଣ୍ଡରି ରିକ୍ୟୁଟ (ଏସ୍ଏସ୍ଆର୍), ଏମ୍.ଡି ରାଓ ନାବିକ (ସାଧାରଣ ଡ୍ୟୁଟି), ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀର ଶ୍ରେଷ୍ଠ ବିବେଚିତ ହୋଇଥିଲେ।