ମାଲେରୁ ୭୦୦ ଭାରତୀୟଙ୍କୁ ଆଣିଥିବା ଆଇଏନ୍‌ଏସ୍‌ ଜଳାଶ୍ବ ଆଜି ତୁତିକୋରିନରେ ପହଞ୍ଚିବ

ଭୁବନେଶ୍ବର : ଅପରେସନ ‌ସମୁଦ୍ର ସେତୁ ଅଧୀନରେ ଭାରତୀୟ ନୌସେନା‌ ଜାହାଜ ‘ଜଳାଶ୍ବ’ ମାଳଦୀପର ମାଲେରୁ ୭୦୦ ଭାରତୀୟ ନାଗରିକଙ୍କୁ ଧରି ଗତକ‌ାଲି ବାହାରିଛି। ଆସନ୍ତାକାଲି ଏହା ତାମିଲନାଡ଼ୁର ତୁତିକୋରିନରେ ପହଞ୍ଚିବ। ତୃତୀୟ ଦଫା ଯାତ୍ରାରେ ଜଳାଶ୍ବ ମାଳଦୀପ ଓ ଶ୍ରୀଲଙ୍କାରୁ ବନ୍ଦେ ଭାରତ ମିସନ ଅଭିଯାନରେ ୨୭୦୦ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିଛି। ଜାହାଜରେ କରୋନା ନୀତିନିୟମ କଡ଼ାକଡ଼ି ପାଳନ କରାଯାଉଛି। ତୁତିକୋରିନରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର