ପଦ୍ମପୁର : ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଛି ପଚା ଅଣ୍ଡା ଓ ନିମ୍ନମାନର ଚାଉଳ

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଗଣ୍ଡପାଲି, ବାଦୀକଟା, ବୁକୁରାମୁଣ୍ଡା, ପଲସେନ ଓ ଅନ୍ୟାନ୍ୟ ଅଙ୍ଗନବାଡି କେନ୍ଦ୍ରରେ ପଚାଅଣ୍ଡା ସହ ନଷ୍ଟ ହୋଇଥିବା ଚାଉଳ ବିତରଣ କରାଯାଇଛି। ଅଙ୍ଗନବାଡି କେନ୍ଦ୍ର ଜରିଆରେ ଗର୍ଭବତୀ ମହିଳାମାନଙ୍କୁ ଏହି ଅଣ୍ଡା ପ୍ରଦାନ କରାଯାଇଥାଏ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅସ୍ବାସ୍ଥ୍ୟକର ଚାଉଳ ଦିଆଯାଏ। ଉକ୍ତ ଅଂଚଳକୁ ଅଣ୍ଡା, ଚାଉଳ ଯୋଗାଉଥିବା ସଂସ୍ଥା ମନ‌ଇଚ୍ଛା ଏହା ଯୋଗାଣ କରୁଥିବା ଅଭିଯୋଗ ହୋଇଛି। ଅନେକ ଅଙ୍ଗନବାଡି ଜରିଆରେ ଗର୍ଭବତୀ ମହିଳାଙ୍କୁ ପଚାଅଣ୍ଡା ଦେବା ବିଷୟରେ ଅଭିଯୋଗ କରାଯାଇଥିଲା। କିନ୍ତୁ ପ୍ରମାଣ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ପୁନଶ୍ଚ ଉକ୍ତ ସଂସ୍ଥା ଚଳିତ ସପ୍ତାହରେ ଅତି ନିମ୍ନମାନର ପୋକରା ଚାଉଳ ଯୋଗାଣ କରିଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର