ନିରାକାରପୁର : ଧାନ ଫସଲରେ କାଣ୍ଡବିନ୍ଧା ଓ ପତ୍ରସଢ଼ା ରୋଗ, ଚିନ୍ତାରେ ଚାଷୀ

ନିରାକାରପୁର : ଓଂକାରର ପ୍ରଣବ ଧ୍ବନୀରେ ଜଗତଜନନୀ ମା ଦୁର୍ଗାଙ୍କର ଆବହନୀ ସଙ୍ଗୀତରେ ସହରରୁ ପଲ୍ଲୀ ଯାଏ ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ଧାନ ଫସଲରେ କାଣ୍ଡବିନ୍ଧା ଓ ପତ୍ରସଢ଼ା ରୋଗ ଚାଷୀଙ୍କମୁଣ୍ଡ ବ୍ୟଥାର କାରଣ ହୋଇଛି। ଏ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଆସୁଥିବା ସାର, କୀଟନାଶକ ଅତ୍ୟାବଶ୍ୟକ କୃଷି ଉପାଦାନ ଯୋଗାଣ କେବଳ ଲୋକ ଦେଖାଣିଆ ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି।

ଚଳିତ ବର୍ଷ ଚାଷୀକୂଳକୁ ଶନିଦଶା ପଡିଥିବା କୁହାଯାଉଛି। ପ୍ରାରମ୍ଭରୁ ଫନିଜନିତ ସମସ୍ୟା ପାଇଁ ବିଳମ୍ବରେ ଚାଷୀ ଧାନ ଚାଷକୁ ଆଗେଇ ନେଇଥିଲା। ହେଲେ ଥୋଡ଼ ବାହାରିବା ବେଳକୁ ପତ୍ରସଢା ସହିତ କାଣ୍ତବିନ୍ଧା ରୋଗ ଦେଖା ଦେଇଥିବାରୁ ଚାଷୀ ମୁଣ୍ତରେ ଚଡକ ପଡିଛି। ବଜାରରୁ ମିଳୁଥିବା କୀଟନାଶକ ପକାଇଲେ ମଧ୍ୟ ସୁଫଳ ମିଳୁ ନାହିଁ ବୋଲି କୁହନ୍ତି ରାମେଶ୍ବରର ଚାଷୀ ସୁରେନ୍ଦ୍ର ପ୍ରଧାନ। ତେଣେ ବ୍ଲକ କୃଷି ବିଭାଗ ପକ୍ଷରୁ କୀଟନାଶକ ଯୋଗାଇ ଦେବା ତ ଦୂରର କଥା କ୍ଷେତ୍ର ପରିଦର୍ଶନ କରାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏ ନେଇ ଟାଙ୍ଗୀ ବ୍ଲକ କୃଷି ଅଧିକାରୀ ବିଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏଭଳି ଖବର ଆମ ପାଖରେ ଅଛି। ତେଣୁ ଏହାର ନିରାକରଣ ନିମନ୍ତେ ଚାଷୀମାନେ ସବ୍‌ସିଡ୍‌ରେ କୀଟନାଶକ ନେଇପାରିବେ ବୋଲି ଚାଷୀଙ୍କୁ ପରାମର୍ଶ ଦିଆଯାଇଥିବା ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର