ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ବହିଷ୍କାର କଲେ ପୁଲିସ ଡିଜି

ଭୁବନେଶ୍ବର: ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କାର ହୋଇଛନ୍ତି। ମାନସୀ ଜେନାଙ୍କୁ ପୁଲିସ ଡିଜି ସୁନୀଲ ବଂଶଲ ବହିଷ୍କାର କରିଛନ୍ତି। ମାନସୀ ଜେନା ଲାଞ୍ଚ ନେଇଥିବାରୁ ଡିଜିପି ଶ୍ରୀ ବଂଶଲ ଏହି ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ, ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ମାନସୀ ଜେନା ଏବେ ଜେଲରେ ଅଛନ୍ତି। ସେ ଗତ ମେ’ ମାସ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବେସରକାରୀ ଲୋକଙ୍କ ଜରିଆରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଘଟଣା ଦିନ ମୁକେଶ ୧୦ ଲକ୍ଷ ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ସେ ଧରାପଡ଼ିଥିଲେ। ମାନସୀଙ୍କ ନିର୍ଦ୍ଦେଶ ଅନୁସାରେ ମୁକେଶ ଏହି ଟଙ୍କା ଗ୍ରହଣ କରିଥିଲେ। ମାନସୀଙ୍କୁ ଦେବାପୂର୍ବରୁ ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ସବୁକୁ ଭିଜିଲାସ୍ ଅଧିକାରୀମାନେ ଜବତ କରିଥିଲେ। ଏହାପରେ ମାନସୀଙ୍କ ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଭୁବନେଶ୍ବରରେ ଥିବା ଘରେ ଚଢ଼ଉ କରାଯାଥିଲା। ଏଥିସହିତ ମୁକେଶଙ୍କ ବରଗଡ଼ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଭିଜିଲାନ୍ସ ଇନ୍‌ସପେକ୍ଟର ପ୍ରବୀର କେଶରୀ ତ୍ରିପାଠୀ ମିଥ୍ୟ ସତ୍ୟପାଠ ଜରିଆରେ ନିଜ ପତ୍ନୀ, ଭାଇ, ଶଳା ଓ ଶ୍ବଶୁରଙ୍କ ନାମରେ ୪୦ ଡେସିମିଲ୍ ସରକାରୀ ଜମି ହାତେଇ ନେଇଥିଲେ। ଅବସରପ୍ରାପ୍ତ ଅତିରିକ୍ତ ସଚିବ ଅଶୋକ ପୁରୋହିତଙ୍କ ଅଭିଯୋଗକ୍ରମେ ଏହି ମାମଲାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା। ‌ସେତ‌େବେଳେ ଏ ସଂପର୍କରେ ଲଗାତାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ୨୦୧୫ ମସିହାରେ ଦୁର୍ନୀତି ଅଭିଯୋଗରେ ପ୍ରବୀରଙ୍କୁ ନିଲମ୍ବନ କରାଯିବା ସଂପର୍କରେ ‌ଘୋଷଣା କରିଥିଲେ। ଏହାପରେ ପ୍ରବୀରଙ୍କ ସହିତ ଘଟଣାରେ ସଂପୃକ୍ତ କେତେକ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ହେଲେ, ଏଭଳି ସଂଗିନ ମାମଲାକୁ ନାଲିଫିତା ତ‌ଳେ ଚାପି ଦିଆଯାଇଥିବା ଅଭିଯୋଗକାରୀ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଶ୍ରୀ ପୁରୋହିତ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର