ପୁଲିସ ବିଭାଗରେ ୧୯ ଇନ୍ସପେକ୍ଟରଙ୍କ ବଦଳି

୧୨୨ ଏସ୍‌ଆଇ, ୧୯ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବଦଳି, ପଦୋନ୍ନତି

କଟକ : ଓଡ଼ିଶା ପୁଲିସ ବିଭାଗରେ ଆଜି ଏକ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜଣ ଇନ୍ସପେକ୍ଟରଙ୍କୁ ଜିଲ୍ଲାପାରି ବଦଳି କରାଯାଇଥିବାବେଳେ ୧୧୨ ଜଣ ସବ୍ ଇନ୍‌ସପେକ୍ଟରଙ୍କୁ ଇନ୍‌ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିଭଳି ୧୯ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

ସୂଚନା ଅନୁସାରେ; ଇନ୍ସପେକ୍ଟର ଗୀତାଞ୍ଜଳି ବେହେରାଙ୍କୁ ଭିଜିଲାନ୍ସରୁ ବିପିଏସପିଏ ଭୁବନେଶ୍ବର, ସିମନ ଲେଙ୍କାଙ୍କୁ କେନ୍ଦ୍ରାପଡାରୁ ରାଉରକେଲା, ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ଭଦ୍ରକରୁ ଭିଜିଲାନ୍ସ, ରଜନୀକାନ୍ତ ମିଶ୍ରଙ୍କୁ ଜଗତସିଂହପୁରରୁ କମିସନରେଟ ପୁଲିସ, ଜ୍ୟୋତିରଂଜନ ପତିଙ୍କୁ କମିସନରେଟରୁ ରାଉରକେଲା, ଜ୍ଞାନରଂଜନ ସାମଲଙ୍କୁ ଅନୁଗୁଳରୁ ପିଟିସି ଅନୁଗୁଳ, ଚମ୍ପାବତୀ ପାଟଙ୍କୁ ରାଉରକେଲାରୁ ସିଆଇଡି ସିବି କଟକ, କୁମାରୀ ବେହେରାଙ୍କୁ ଜଗତସିଂହପୁରରୁ ମୟୂରଭଞ୍ଜ , ଜି. ସତନାମିଙ୍କୁ ବରଗଡ଼ରୁ ନୂଆପଡ଼ା , ଉପେନ୍ଦ୍ରନାଥ ଦାସଙ୍କୁ କେନ୍ଦୁଝରରୁ ପୁରୀ, ସୁରେନ୍ଦ୍ର ବେହୁରିଆଙ୍କୁ ନବରଙ୍ଗପୁରରୁ ଜିଆରପି କଟକ, ତ‌ାରିକ ଅହମ୍ମଦଙ୍କୁ ନବରଙ୍ଗପୁରରୁ ଖୋର୍ଦ୍ଧା, ସଂଜୟ କୁମାର ନାୟକଙ୍କୁ ରାୟଗଡ଼ାରୁ ପୁରୀ, ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଅନୁଗୁଳରୁ ଓଏଚଆରସି, ଅପର୍ଣ୍ଣା ପୃଷ୍ଟିଙ୍କୁ ପୁରୀରୁ ଓଏଚ୍‌ଆର୍‌ସି, ଲିଙ୍ଗରାଜ ଲେଙ୍କାଙ୍କୁ କଟକରୁ ପିଟିସି ଅନୁଗୁଳ, ସୁନିଲ କୁମାର ସରଫଙ୍କୁ ଝାରସୁଗୁଡାରୁ ବିପିଏସପିଏ, ଭୁବନେଶ୍ବର, ରୋଜାଲିନ୍ ପଟେଲଙ୍କୁ ବରଗଡରୁ ଯାଜପୁର, ଝୁନାରାଣୀ ସାହୁଙ୍କୁ ପିଟିସି ଅନୁଗୁଳରୁ ବିପିଏସପିଏ ଭୁବନେଶ୍ବରକୁ ବଦଳି କରାଯାଇଛି। ସେହିଭଳି ରାଜ୍ୟର ୧୨୨ଜଣ ସବ୍ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

ଅନ୍ୟପଟେ ରାଜ୍ୟର ୧୯ ଜଣ ସହକାରୀ କମାଣ୍ଡାଣ୍ଟଙ୍କୁ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ଡେପୁଟି କମାଣ୍ଡାଣ୍ଟ୍ ରାଜେନ୍ଦ୍ର କୁମାର ବେ‌ହେରାଙ୍କୁ ଖୋର୍ଦ୍ଧାରୁ କୋରାପୁଟ, ସୁନିଲ କୁମାର ବେହେରାଙ୍କୁ ଛତ୍ରପୁରରୁ ଢେଙ୍କାନାଳ, ଅକ୍ଷୟ କୁମାର ନାୟକଙ୍କୁ ଭୁବନେଶ୍ବରରୁ କଳାହାଣ୍ଡି, ପ୍ରମୋଦ କୁମାର ଜେନାଙ୍କୁ ରାଉରକେଲାରୁ ମାଲକାନଗିରି, ଦିଲ୍ଲୀପ କୁମାର ପ୍ରଧାନଙ୍କୁ ବୌଦ୍ଧରୁ ରାଉରକେଲା, କୌଶିକ କୁମାର ନାୟକଙ୍କୁ କଳିଙ୍ଗନଗରରୁ, ପୁରୀ ଜଗନ୍ନାଥ ମନ୍ଦିର, ଜ୍ଞାନେନ୍ଦ୍ର କୁମାର ଦାସଙ୍କୁ ଏସଆଇଡବ୍ଲୁ ଭୁବନେଶ୍ବରରୁ ବିପିଏସପିଏ ଭୁବନେଶ୍ବର, ମନୋଜ କୁମାର ମିଶ୍ରଙ୍କୁ ରାଜଭବନ ଚିଫ୍ ସିକ୍ୟୁରିଟ୍ ଅଫିସର, ଅଶୋକ କୁମାର ରଥଙ୍କୁ ଏସଓଜି ଭୁବନେଶ୍ବରରୁ ଏସଏପି, ହେଡକ୍ବାର୍ଟର ଭୁବନେଶ୍ବର, ସୁଜିତ କୁମାର ଦଳାଇଙ୍କୁ ଗୁଇନ୍ଦା( ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଶାଖା), ବାନାମ୍ବର ସେଠୀଙ୍କୁ ଏସିପି(ସିକ୍ୟୁରିଟି)ରୁ ଅତିରିକ୍ତ ଡିପିସି (ସିକ୍ୟୁରିଟି) କମିସନରେଟ ପୁଲିସ, ବ୍ରଜମୋହନ ନାୟକଙ୍କୁ ଅତିରିକ୍ତ ଡିସିପି ( ସିକ୍ୟୁରିଟି)ରୁ ଖୋର୍ଦ୍ଧା ଡେପୁଟି କମାଣ୍ଡାଣ୍ଟ୍, ସୋମନାଥ ସେଠୀଙ୍କୁ କଳିଙ୍ଗନଗରରୁ ବାରିପଦା, ପ୍ରଫୁଲ୍ଲ ସିଂହଙ୍କୁ କୋରାପୁଟରୁ ଛତ୍ରପୁର, ୟାକୁବ ଖାନଙ୍କୁ ଖୋର୍ଦ୍ଧା ଆଇଆରବିଏନ, ଜୟରାମ ନାୟକଙ୍କୁ ମାଲକାନଗିରିରୁ କୋରାପୁଟକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର