ସୋର: ପ୍ରେରଣା ଯୋଗାଇଲା ‘ପୁନଶ୍ଚ ପୃଥିବୀ’ ଅଭିଯାନ। ଫଳରେ ସତ୍‌ସଙ୍ଗୀ ମହିଳାମାନେ ପରିବେଶ ସୁରକ୍ଷା ପାଇଁ ଶତାଧିକ ତାଳଗଛ ଲଗାଇଛନ୍ତି। ଏମିତି ଉତ୍ସାହଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ରେ। ପରିବେଶ ସୁରକ୍ଷା ନେଇ ସବୁଠି ତତ୍ପରତା ପ୍ରକାଶ ପାଇଛି। ଏପରି ସମୟରେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଦିଗିଭଅଁରା ସତ୍‌ସଙ୍ଗ କେନ୍ଦ୍ର ପକ୍ଷରୁ ଶ୍ରୀଶ୍ରୀ ବଡ଼ମା’ଙ୍କ ୧୩୧ତମ ଶୁଭ ଜନ୍ମତିଥି ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସତ୍‌ସଙ୍ଗୀ ମହିଳାମାନେ ମିଳିତ ହୋଇ ସୋରିଷବାଡ଼ି ପଡ଼ିଆଠାରୁ ଦଲଦଲି ପଡ଼ିଆ ପର୍ଯ୍ୟନ୍ତ ୨ ଶହ ତାଳଗଛ ଲଗାଇଛନ୍ତି।

Advertisment

ଏହା ସହିତ ପରିବେଶ ସୁରକ୍ଷା ନେଇ ଲୋକମାନଙ୍କୁ ସଚେତନ କରିଛନ୍ତି। କାର୍ଯ୍ୟକ୍ରମରେ ରେଞ୍ଜର ମନୋରଂଜନ ନାୟକ, ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ, ଫରେଷ୍ଟ ଗାର୍ଡ ଶ୍ୱେତପଦ୍ମା ମହାନ୍ତି, ଫରେଷ୍ଟ ଗାର୍ଡ ଫୁଲମଣି ମୁର୍ମୁ, ସକୁଜ ବାହିନୀ ସଦସ୍ୟ ଦେବେନ୍ଦ୍ର ରାଉତ, ହରିହର ନାୟକ, ଜଙ୍ଗଲ କମିଟିର ସଭାପତି ଶଙ୍କର୍ଷଣ ବାରିକଙ୍କ ସହ ସତ୍‌ସଙ୍ଗ କମିଟିର ସଭାପତି ଧୀରେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ଶରତ ଚନ୍ଦ୍ର ମଣ୍ଡଳ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା, ଉପଦେଷ୍ଟା ରାମଚନ୍ଦ୍ର ମହାନ୍ତି, ସତ୍‌ସଙ୍ଗ ମହିଳା କମିଟି ସଭ୍ୟା ବିନତି ମହାନ୍ତି, ନିର୍ମଳା ଦାସ, ସୁଭଦ୍ରା ମହାନ୍ତି, ଅନ୍ନପୂର୍ଣ୍ଣା ବାରିକ, ଅବନ୍ତି ମହାନ୍ତି, ମାଳତୀ ମହାନ୍ତି, ମୀନାରାଣୀ ଦାସ, ଦମୟନ୍ତୀ ଚଣ୍ଡ, ମଞ୍ଜୁଲତା ସେଠୀ, ରଞ୍ଜିତା ଜେନା ପ୍ରମୁଖ ସାମିଲ ଥିଲେ। ଏନେଇ ସତ୍‌ସଙ୍ଗ କମିଟିର ସଭାପତି ଶ୍ରୀ ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ‘ସମ୍ବାଦ’ ପକ୍ଷରୁ ଚାଲିଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ପ୍ରଭାବିତ ହୋଇ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଛି। ବର୍ତ୍ତମାନ ବଜ୍ରପାତ ଚିନ୍ତାର ବିଷୟ ହୋଇଥିବା ବେଳେ ତାକୁ ରୋକିବା ଲାଗି ଆମେ ତାଳଗଛ ଲଗାଇବା ପାଇଁ ମନସ୍ଥ କରିଥିଲୁ।