ଆଜିଠୁ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୩ରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଡିଷ୍ଟାନ୍ସ ଏଜୁକେସନ୍ ବିଭାଗର ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବିଭିନ୍ନ ବିଷୟର ପରୀକ୍ଷା ଚାଲିବ।
Sambad is now on WhatsApp
Join and get latest news updates delivered to you via WhatsApp
୩୨ଟି ପରୀକ୍ଷା କେନ୍ଦ୍ରରେ ୧୧୯୦ଜଣ ଛାତ୍ରଛାତ୍ରୀ ଏଥର ପରୀକ୍ଷାରେ ଅଂଶଗ୍ରହଣ କରିବେ। ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଥିବା ବେଳେ ଭୁବନେଶ୍ବର ଓ ରାଉରକେଲାରେ ଅତିରିକ୍ତ କେନ୍ଦ୍ର ହୋଇଛି। ପରୀକ୍ଷାର ସୁପରିଚାଳନା ଲାଗି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ଜୋନ୍ସ୍ତରରେ ଗଠିତ ହୋଇଥିବା ସ୍କ୍ବାଡ୍ର ସଦସ୍ୟମାନେ ଅଚାନକ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରିବା ସହ କପି ଯାଞ୍ଚ କରିବେ। ୧୪ ତାରିଖରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ବିଷୟର ପରୀକ୍ଷା କରାଯିବ। ଯେଉଁ ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍ କରିଥିବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।