ଆଇଏମଏ ମିଶ୍ରଣ ଓ ସଂପତ୍ତି ହସ୍ତାନ୍ତର ମାମଲାରେ ଜବାବ ଦାଖଲ

କଟକ : ଭୁବନେଶ୍ବର ଅନ୍ଧାରୁଆଠାରେ ଥିବା ଦି ଇନଷ୍ଟିଚ୍ୟୁଟ ଅଫ୍ ମାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍ସ(ଆଇଏମଏ)କୁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍ ଷ୍ଟାଟିସଟିକାଲ୍ ଇନଷ୍ଟିଚ୍ୟୁଟ(ଆଇଏସଆଇ)ରେ ମିଶ୍ରଣ ଲାଗି ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଦାୟର ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଉନ୍ନତି ପାଇଁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇଏମଏର ରହିଥିବା ଲକ୍ଷ୍ୟକୁ ଆଇଏସଆଇ ସଂରକ୍ଷିତ କରିବା ସୁନିଶ୍ଚିତ। ଆଇଏସଆଇରେ ଆଇଏମଏକୁ ମିଶ୍ରଣ ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସରକାର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗ୍ରହଣ କରିଛନ୍ତି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର