ଜିଲ୍ଲାପାଳମାନଙ୍କୁ ନିର୍ଦେଶ: ଛୁଆଙ୍କ ପାଇଁ ଦିନଟିଏ ଦିଅ

ଭୁବନେଶ୍ବର : ଛୁଆଙ୍କ ପାଇଁ ଦିନଟିଏ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଆଇସିଡିଏସ୍‌ ଏବଂ ସାମାଜିକ ମଙ୍ଗଳ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ। ଜିଲ୍ଲାସ୍ତରରୁ ଆରମ୍ଭ କରି ଉପଖଣ୍ଡ, ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରି ଶିଶୁ ହିଂସା, ଶିଶୁ ଚାଲାଣ, ଶିଶୁ ସୁରକ୍ଷା ପାଇଁ ଧ୍ୟାନ ଦେବାକୁ ଏପରି ନିର୍ଦେଶ ହୋଇଛି। ମାସର ଗୋଟିଏ ଦିନ ଛୁଆଙ୍କ ପାଇଁ ଘୋଷଣା କରି ସେହିଦିନ ଜିଲ୍ଲାରୁ ପଞ୍ଚାୟତ ପର୍ଯ୍ୟନ୍ତ ଶିଶୁଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ସମନ୍ବିତ ଶିଶୁ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ ହୋଇଛି। ଏଥିରେ ଜିଲ୍ଲାପାଳ ସହ ଅଧ୍ୟକ୍ଷ, ପଞ୍ଚାୟତ ସମିତି ସଦସ୍ୟ, ଏସପି, ସିଡିଏମଓ, ଡିଇଓ, ଡିଏଲଓ, ନଗରପାଳ, ସାମାଜିକ ସଙ୍ଗଠନ ପ୍ରତିନିଧି ସଦସ୍ୟ ଥାଆନ୍ତି। ଛଅ ମାସରେ ଥରେ ଏହାର ବୈଠକ ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ଅଧିକାଂଶ ଜିଲ୍ଲାରେ କମିଟି ଗଠନ ହେବା ପରେ ଥରୁଟିଏ ବି ବୈଠକ ହୋଇନାହିଁ। ଶିଶୁ ବିବାହ ରୋକିବା ପାଇଁ ଜିଲ୍ଲା ସ୍ତରରୁ ବ୍ଲକସ୍ତର ପର୍ଯ୍ୟନ୍ତ ଟାସ୍କ ଫୋର୍ସ କମିଟି ରହିଛି। ମାତ୍ର ବିଡ଼ମ୍ବନା ହେଲା, ଅଧିକାଂଶ ସ୍ଥାନରେ ଏହି ଟାସ୍କଫୋର୍ସଗୁଡ଼ିକ କାର୍ଯ୍ୟ କରୁନାହିଁ।

ସମ୍ବନ୍ଧିତ ଖବର