ଜାତିଭିତ୍ତିକ ଟିପ୍ପଣୀ ରୋକିବାକୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦେଶ

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଓ କଲେଜର ଅଧିକାରୀ, ଅଧ୍ୟାପିକା, କର୍ମଚାରୀମା‌ନେ ଅନୂସୂଚିତ ଜାତି(ଏସ୍‌ସି), ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ଛାତ୍ରଛାତ୍ରୀଙ୍କ ଜାତି ଓ ସାମାଜିକ ଉତ୍ପତ୍ତିକୁ ନେଇ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ। ଜାତିଭିତ୍ତିକ ଅଭିଯୋଗ ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ୱେବ୍‌ସାଇଟ୍‌ରେ ଏକ ରେଜିଷ୍ଟରର ବିକାଶ କରାଇବେ। ଏଥିରେ ଏସ୍‌ସି ଓ ଏସ୍‌ଟି ଛାତ୍ରଛାତ୍ରୀ ଜାତିଗତ ଭେଦଭାବର ଅଭିଯୋଗ କରିପାରିବେ।

ବିଶ୍ବବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ରେଜିଷ୍ଟର ରଖାଯିବ। ଭେଦଭାବ ସମ୍ବନ୍ଧୀୟ ଅଭିଯୋଗକୁ ଯାଞ୍ଚ କରିବାକୁ ବିଶ୍ୱବିଦ୍ୟାଳୟ ଏକ କମିଟି ଗଠନ କରିବ। ଏସ୍‌ସି, ଏସ୍‌ଟି, ପଛୁଆ ବର୍ଗ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀଙ୍କଠାରୁ ଅଭିଯୋଗ ଆସିଲେ ଏହି କମଟି ଯାଞ୍ଚ କରିବ। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ନିଆଯିବ। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର