ଅଧାରୁ ପାଠ ଛାଡ଼ିଥିବା କିଶୋରୀଙ୍କୁ ଚିହ୍ନଟ କରି ନାମ ଲେଖାଇବାକୁ ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ ୧୧ରୁ ୧୪ ବର୍ଷ ମଧ୍ୟରେ ପାଠ ଛାଡ଼ିଥିବା କିଶୋରୀଙ୍କୁ ଚିହ୍ନଟ କରି ସ୍କୁଲରେ ନାମ ଲେଖାଇବା ପାଇଁ ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ। ଏସଂକ୍ରାନ୍ତରେ ଏକ ଚିଠି ଓଡ଼ିଶାକୁ ମଧ୍ୟ ଜାରି ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନଏଫଏଚଏସ-୫) ଅନୁସାରେ ରାଜ୍ୟରେ ଦଶମ କିମ୍ବା ଅଧିକ ପଢିଥିବା ଝିଅଙ୍କ ସଂଖ୍ୟା ମାତ୍ର ୩୩%।

ଦଶମରୁ ଅଧିକ ପାଠ ପଢ଼ିଥିବା ପିଲାଙ୍କ ମଧ୍ୟରେ ମାଲକାନଗିରିର ସଂଖ୍ୟା ହେଲା ୧୪%, ନବରଙ୍ଗପୁର ୧୫.୫%, କୋରାପୁଟ ୧୭.୬%, ଜଗତସିଂହପୁରରେ ସର୍ବାଧିକ ୪୬.୬%, ଖୋର୍ଧା ୪୩.୩% ରହିଛନ୍ତି। ଅନ୍ୟ ଜିଲ୍ଲା ମଧ୍ୟରେ ଅନୁଗୁଳରେ ୩୩.୭%, ବଲାଙ୍ଗୀର ୩୧.୪%, ବାଲେଶ୍ବର ୩୮.୩%, ବରଗଡ଼ ୩୭.୪%, ବୌଦ୍ଧ ୨୯.୯%, ଭଦ୍ରକ ୩୭%, କଟକ ୪୦.୯%, ଦେବଗଡ଼ ୩୧.୩%, ଢେଙ୍କାନାଳ ୩୩.୩%, ଗଜପତି ୨୨.୫%, ଗଞ୍ଜାମ ୩୨.୬%, ଯାଜପୁର ୩୮%, ଝାରସୁଗୁଡ଼ା ୪୦.୯%, କଳାହାଣ୍ଡି ୨୬.୫%, କନ୍ଧମାଳ ୨୮.୧%, କେନ୍ଦ୍ରାପଡ଼ା ୪୨.୫%, କେନ୍ଦୁଝର ୨୯.୫%, ମୟୂରଭଞ୍ଜ ୨୫.୧%, ନୟାଗଡ଼ ୨୭.୧%, ନୂଆପଡ଼ା ୨୭.୩%, ପୁରୀ ୩୮.୧%, ରାୟଗଡ଼ା ୧୯.୧%, ସମ୍ବଲପୁର ୩୬.୫%, ସୁବର୍ଣ୍ଣପୁର ୩୭.୮%, ସୁନ୍ଦରଗଡ଼ ୩୫.୬% ରହିଛନ୍ତି। କରୋନା ଏବଂ ସ୍କୁଲ ବନ୍ଦ ଯୋଗୁଁ ପାଠଛାଡ଼ିଥିବା କିଶୋରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହି ଝିଅମାନଙ୍କୁ କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ଜରିଆରେ ପୁନର୍ବାର ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦେଶ ହୋଇଥିଲା। କିଶୋରୀ ଯୋଜନା ଅନ୍ତର୍ଗତରେ ଏହି କାର୍ଯ୍ୟକ୍ରମ ଗ୍ରହଣ ହେଉଥିଲା। ପୋଷଣ-୨, ସକ୍ଷମ ଅଙ୍ଗନବାଡ଼ି ଜରିଆରେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର