ଭୁବନେଶ୍ବର: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ/ବେସରକାରୀ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିସନଙ୍କ ଚିଠି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଆର ଏନ୍ ସାହୁ ଗତକାଲି ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି କହିଥିଲେ ଯେ ରାଜ୍ୟର ୧୦୬ଟି ମ୍ୟୁନିସିପାଲଟି/ଏନ୍ଏସି ସମେତ ୩ଟି ମହାନଗର ନିଗମରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟର କେତେକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ପୋଲିଂ ବୁଥ୍ କରାଯାଇଛି। ଉକ୍ତ କଲେଜର ବିଲଡିଂଗୁଡ଼ିକ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବ୍ୟବହାର କରାଯିବ। ଏଥିସହ ସହରାଞ୍ଚଳର ଯୁବ ଭୋଟରମାନେ ୨୪ ତାରିଖରେ ଭୋଟ ଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ଏହି ସମୟରେ ଯୁକ୍ତ୩ ଡିଗ୍ରି କଲେଜର ୫ମ ସେମିଷ୍ଟର ପରୀକ୍ଷା କରିବାକୁ କେତେକ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେଇଥିବା କମିସନଙ୍କ ଦୃଷ୍ଟିକୁ ଆସିଛି। ଏହାଦ୍ବାରା ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷାଗୁଡ଼ିକ ଘୁଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଯାହାକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ: ମାର୍ଚ୍ଚ ୨୨ରୁ ୨୪ ଯାଏ ପରୀକ୍ଷା କରନି
/sambad/media/post_attachments/wp-content/uploads/2022/03/examsp15f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)