ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ୩ମାସ ପାଇଁ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ଆରମ୍ଭ ହେବ। ଆଶା କର୍ମୀମାନେ ଘରକୁ ଘର ବୁଲି କୋଭିଡ ସନ୍ଦିଗ୍ଧଙ୍କ ସମେତ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠ ରୋଗୀଙ୍କୁ ଖୋଜିବେ। ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ସର୍ଭେଲାନ୍ସ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
ଧୀରେଧୀରେ ବଢ଼ୁଛି ସଂକ୍ରମଣ: ସ୍ବାସ୍ଥ୍ୟ ନିର୍ଦେଶକ
ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ସଂକ୍ରମଣ ମାଡ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ନ ଥିବା କହୁଛନ୍ତି। ଗତ ୨୪ଘଣ୍ଟାରେ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୩୦, ବାଲେଶ୍ବର ୪, ଝାରସୁଗୁଡ଼ା, ନୂଆପଡ଼ା, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏ ଓ ଷ୍ଟେଟ୍ ପୁଲରୁ ୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ବର୍ତମାନସୁଦ୍ଧା ୧୨ଲକ୍ଷ ୮୮ହଜାର ୮୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୨୩୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୧୩୫ଜଣ ଆକ୍ରାନ୍ତ ଅଛନ୍ତି। ଏବେ ୧୨ଟି ଜିଲ୍ଲା କରୋନାମୁକ୍ତ ରହିଛି।
Down To Earthରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ଧୀରେ ଧୀରେ ବଢ଼ୁଛି। ମାତ୍ର ସ୍ଥିତି ଉଦ୍ବେଗଜନକ ନାହିଁ। ଏବେ କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ଷ୍ଟ୍ରାଟେଜି ଗ୍ରହଣ କରାଯାଇଛି। ଟିକାକରଣଠାରୁ ଆରମ୍ଭ କରି ସର୍ଭେଲାନ୍ସକୁ ଜୋରଦାର କରାଯାଇଛି। ଭିଡ଼ ଜାଗାକୁ ଯାଉଥିଲେ ମାସ୍କ ପିନ୍ଧିବା ଉଚିତ୍। ଏପରିକି ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ। ତାହାଲେ ସୁରକ୍ଷିତ ରହିବେ। ଆସନ୍ତାକାଲିଠାରୁ ଇଣ୍ଟିଗ୍ରେଟେଡ୍ ସର୍ଭେଲାନ୍ସ ଆରମ୍ଭ ହେଉଛି। ଘରକୁ ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ। ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ୍ କରାଯାଇ ଚିକିତ୍ସା କରାଯିବ। ଲ୍ୟାବ୍ ଟେଷ୍ଟ, ଆରଆରଟି, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢ଼ାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦେଶ ଦିଆଯାଇଥିବା ଡା.ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/asha-f.jpg)