ରାଉରକେଲା: ଟ୍ରେନିଜ୍ ହଷ୍ଟେଲ ପରିସରରେ ଚାଲିଥିବା ଇଣ୍ଟର କ୍ଳବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବନ୍ଧମୁଣ୍ଡା ଓ ରାଉରକେଲା ସ୍ପୋର୍ଟସ ଆସୋସିଏନ୍ (ଆରଏସଏ) ମଧ୍ୟରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଆରଏସ୍ଏ କ୍ରିକେଟ ଟିମ୍ ବିଜୟୀ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଅନ୍ୟ ଅଧିକାରୀ ଅତିଥିଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ।
ଇଣ୍ଟର କ୍ଳବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ତଥା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଦେବାଶିଷ ସ୍ବାଇଁ ବିବେଚିତ ହୋଇଥିବା ବେଳେ ସୋମନାଥ ଟୁଡୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ ।ଇଣ୍ଟର କ୍ଳବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପ ବିଜେତାଙ୍କୁ ଯଥାକ୍ରମେ ୨୦ ହଜାର ଓ ୧୨ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲ। ସେହିଭଳି ଇଣ୍ଟର କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜେତା ହୋଇଥିବା ବେବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଟିମ୍ ଉପ ବିଜେତା ହୋଇଥିଲା। ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦୀପିକା ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବିଜେତା ଓ ଦିଲ୍ଲୀ ପବ୍ଳିକ୍ ସ୍କୁଲ ଉପ ବିଜେତା ହୋଇଥିଲା । ଉଭୟ ଆନ୍ତଃ ସ୍କୁଲ ଓ କଲେଜ ପ୍ରତିଯୋଗିତାର ବିଜେତା ଓ ଉପ ବିଜେତାଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହିତ ଯଥାକ୍ରମେ ୧୦ ହଜାର ଓ ୫ହଜାର ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।