କଟକ: ଚଳିତ ଅନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଶୁକ୍ରବାର ସେମିଫାଇନାଲ୍‌ରେ ଭୁବନେଶ୍ବର-ଏ’ ଓ ଭୁବନେଶ୍ବର-ବି’ (ବାରବାଟୀ) ଏବଂ କଟକ-ଏ’ ଓ ଅନୁଗୁଳ (ଗତିରାଉତପାଟଣା) ମୁହାଁମୁହିଁ ହେବେ। ଗୁୁରୁବାର ଗତିରାଉତପାଟଣା ପଡ଼ିଆରେ ଖେଳାଯାଇଥିବା କ୍ବାର୍ଟର୍‌ଫାଇନାଲରେ ଭୁବନେଶ୍ବର-ଏ’ ୧୦ ୱିକେଟ୍‌ରେ ଯାଜପୁରକୁ ପରାସ୍ତ କରିଛି। ଯାଜପୁର ୧୬ ଓଭରରେ ୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭୁବନେଶ୍ବର-ଏ’ ୫.୧ ଓଭରରେ କୌଣସି ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। 

Advertisment

ରେଭେନ୍‌ସା ପଡ଼ିଆ-୨ରେ କଟକ-ଏ’ ୧୫୫ ରନ୍‌ରେ ପୁରୀକୁ ପରାସ୍ତ କରିଛି। ପ୍ରିୟାଂଶୁ ସାମଲଙ୍କ ଶତକ (୧୧୨ ରନ୍‌) ବଳରେ କଟକ-ଏ’ ୪୫ ଓଭରରେ ୯ ୱିକେଟ ହରାଇ ୨୩୦ ରନ୍‌ କରିଥିଲା। ଜବାବରେ ପୁରୀ ୨୯ ଓଭରରେ ସମସ୍ତ ୱିକେଟ ହରାଇ ୭୫ ରନ୍‌ କରିପାରିଥିଲା। ପୁରୁଣା ଭୁବନେଶ୍ବର ମୂଳାପଡ଼ିଆରେ ଅନୁଗୁଳ ୫ ୱିକେଟ୍‌ରେ ନବରଙ୍ଗପୁରକୁ ହରାଇଛି। 

ନବରଙ୍ଗପୁର ୩୭ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ ଅନୁଗୁଳ ୨୩.୧ ଓଭରରେ ୫ ୱିକେଟ୍‌ ହରାଇ ମ୍ୟାଚ ଜିତି ନେଇଥିଲା। ବାରବାଟୀ ଷ୍ଟାଡିୟମ୍‌ରେ ଭୁବନେଶ୍ବର-ବି ୮ ୱିକେଟ୍‌ରେ ଢେଙ୍କାନାଳକୁ ମାତ୍‌ ଦେଇଛି। ଢେଙ୍କାନାଳ ୪୫ ଓଭରରେ ୭ ୱିକେଟ୍‌ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ଭୁବନେଶ୍ବର-ବି ୧୮.୩ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା।