ସମାଧାନ ରାସ୍ତା କାଢ଼ିବେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

ଅର୍ଥମନ୍ତ୍ରୀ ଅଧ୍ୟକ୍ଷ, ଆଉ ଦୁଇ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ନିର୍ବାଚନ ଥିବାରୁ ଦାବି ହାସଲ ପାଇଁ ସଂଗଠନ ସକ୍ରିୟ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଉ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଅର୍ଥମନ୍ତ୍ରୀ ଶଶୀଭୂଷଣ େବହେରାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏବଂ ମହିଳା ଓ ଶିଶୁବିକାଶ ତଥା ମିସନ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଭ୍ୟ ଅଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।

ବିଭିନ୍ନ ସଂସ୍ଥା ତଥା ସଂଗଠନ ରାଜ୍ୟ ସରକାରଙ୍କ ନିକଟରେ ରଖୁଥିବା ଦାବିକୁ ଏହି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ତର୍ଜମା କରିବ। ଗତକାଲି ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଅଭିେଯାଗ କରିଥିଲେ େଯ କର୍ମଚାରୀଙ୍କ ନ୍ୟାେୟାଚିତ ସମସ୍ୟାର ସମାଧାନ ଦିଗରେ ଗୃହ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି। ପରୋକ୍ଷରେ ସେମାନଙ୍କ ଦାବି ସରକାର ନ ଶୁଣିଲେ ଆନ୍ଦୋଳନ ଲାଗି ଧମକାଇଥିଲେ।

କେବଳ ଏହି େଗାଟିଏ ନୁହେଁ, ଆଗକୁ ବିଧାନସଭା ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ପକ୍ଷରୁ େଲାୟର ପିଏମଜିରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ବୃଦ୍ଧି ପାଇବ। ନିର୍ବାଚନ ବର୍ଷ କାରଣରୁ ଦାବି ହାସଲ ପାଇଁ କର୍ମଚାରୀମାେନ ଜିଦ ଧରିବା ଅସ୍ବାଭାବିକ ନୁହେଁ। ଜମାକାରୀଙ୍କ ଅର୍ଥ େଫରସ୍ତ ଆଦି ଅନେକ ପ୍ରସଙ୍ଗକୁ ଧରି ଆନ୍ଦୋଳନକାରୀମାେନ ବିଧାନସଭା େଘରାଉ କରିବେ େବାଲି ଏବେ ଠାରୁ ଗଣମାଧ୍ୟମକୁ କହିଛନ୍ତି। ଏସବୁ ସଂଗଠନକୁ େଭଟିବା ସହିତ ସେମାନଙ୍କ ଦାବିକୁ ଏହି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ତର୍ଜମା କରି ସରକାରଙ୍କୁ ଜଣାଇବେ େବାଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର