ଅନ୍ତଃରାଜ୍ୟ ନୃତ୍ୟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା 

ରାଇରଙ୍ଗପୁର/ତିରିଂ: ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଳକର ଗଈତଇଲତଆ ପଞ୍ଚାୟତର ଗିତିଲତା ଗ୍ରାମରେ ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ  ମା’ ମନସା ପୂଜା କମିଟିର ୧୩ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏଥିରେ ଅନ୍ତରାଜ୍ୟ ନୃତ୍ୟ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଉରକେଲା ସମେତ ୩ଟି ଦଳ, ଝାଡ଼ଖଣ୍ଡର ଜାମସେଦପୁର ୭ଟି ଦଳ, ଯାଦୁଗଡାର ୩ଟି ଦଳ, ଚକ୍ରଧରପୁର ଅଂଚଳର ୭ଟି ଦଳ, ବୋକାରୋ ଅଂଚଳର ୩ଟି ଦଳ ଏବଂ ପଶ୍ଚିମବଙ୍ଗର କୋଲକାତାର ୪ଟି ଦଳ ଏବଂ ପୁରୁଳିଆ ଅଂଚଳର ୪ଟି ନୃତ୍ୟ ଦଳ ଅଶ ଗ୍ରହଣ କରିଥିଲେ।
ଏଥିରେ ଖ୍ୟାତନାମା କୋରିଓଗ୍ରାଫର/ ଜଜ ତୁରିଆ ଓରାମ, ଅନିଲ ଆଳଦା ଏବଂ ସାଇମନ ବିଚାରକ ମଣ୍ଡଳୀ ଦାୟିତ୍ଵ ନିଭାଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକର ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ମୁଖ୍ୟ ବକ୍ତା ଶିକ୍ଷାବିତ ଡଃ ରାଧାକାନ୍ତ ‌ମହାରଣା, ସମ୍ମାନିତ ଅତିଥି ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ବଳଦେବ ହେମ୍ବ୍ରମ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ଗିତିଲତା ସରପଞ୍ଚ ଭାଦା ଓ ସୋରେନ, ବ୍ଳକ ଉପାଧ୍ୟକ୍ଷଙ୍କ ପୂର୍ଣ୍ଣିମା ଗାଗରାୟ ,ପୂର୍ବତନ ସମିତି ସଭ୍ୟ ଜୀତରାୟ ବାସ୍କେ, ପୂର୍ବତନ ସମିତି ସଭ୍ୟ ଅନୁଜ ଗୁପ୍ତା ପ୍ରମୁଖ ଯୋଗ ଦେଇଥିବାବେଳେ ମଂଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରଭାସ ପାତ୍ର।
ଏଥିରେ ତିରିଂ ଆଖପଆଖ ଅଂଚଳର, ସୀମାନ୍ତ ଝାଡଖଣ୍ଡ, ପଶ୍ଚିମବଙ୍ଗର ହଜାର ହଜାର‌ଦର୍ଶକ ଗୀତିଲତା ଗ୍ରାମକୁ ମା’ ମାନସାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ସୁନ୍ଦର ନୃତ୍ୟ ଦେଖିବାକୁ ଛୁଟି ଆସିଥିଲେ। ମୁଖ୍ୟ ବକ୍ତା ଡଃ ରାଧାକାନ୍ତ କହିଥିଲେ ଯେ ଗୀତିଲତା ଗ୍ରାମବାସୀଙ୍କ ଧାର୍ମିକ, ସାଂସ୍କୃତିକ, କ୍ରୀଡ଼ା କାର୍ଯ୍ୟକ୍ରମ ଏକ ନିଆରା ପ୍ରଶଂସନୀୟ କାର୍ଯ୍ୟକ୍ରମ । ସିମାନ୍ତ ଅଂଚଳରେ ଏଭଳି ଗ୍ରାମୀଣ ଉତ୍ସବ ଆନ୍ତଃ ରାଜ୍ୟ ସଂପର୍କ, ବନ୍ଧୁତ୍ଵ ଓ ଭାଇଚାରା ଅତୁଟ ରଖିବାରେ ସହାୟକ ହୋଇଥାଏ। ଅନ୍ତରାଜ୍ୟ ନୃତ୍ୟ ପ୍ରତିଯୋଗିତାରେ କୋଲକାତାର ସାଇମନ ଏବଂ ସଞ୍ଜିତା ଯୋଡ଼ି ପ୍ରଥମ,ଚକ୍ରଧରପୁର ଅଂଚଳର ଡିସିଡି କ୍ରିୟୁ ଗ୍ରୁପ୍ ଦିତୀୟ ଏବଂ ଯାମସେଦପୁର ଅଂଚଳର ଆରୋ- ଆରୋ-ବ୍ରଦର୍ସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ନୃତ୍ୟରେ ପ୍ରଥମ ବିଜେତାଙ୍କୁ ୨୦ ହଜାର, ଦ୍ବିତୀୟ ବିଜେତାଙ୍କୁ ୧୫ ହଜାର ଏବଂ ତୃତୀୟ ବିଜେତାଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ଅତିଥି ଗଣଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।
ସେହିଭଳି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଜାମସେଦପୁର କ୍ଳବ୍ ଚମ୍ପିୟାନ ହୋଇଥିବା ବେଳେ ଯାଉଥିବା ମୂଷାବଣି କ୍ଳବ୍ ରନର୍ସ ଅପ୍ ହୋଇଥିଲେ। ଅତିଥି ଗଣ ଚମ୍ପିୟାନ କ୍ଳବକୁ ୧୨ ହଜାର ଟଙ୍କା ଏବଂ ରନର୍ସ ଅପ୍ କ୍ଲମ୍‌କୁ ୧୦ ହଜାର ଟଙ୍କା ଓ ମାନପତ୍ର ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଏଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମେଗା ପ୍ରୋଗ୍ରାମ ଆୟୋଜନ କୌଣସି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଠାରୁ କମ୍ ନୁହେଁ ବୋଲି ଅତିଥି ଗଣ କହି ଭୂରି ଭୂରି ପ୍ରଶଂସା କରିଥିଲେ। ମା’ ମନସା ପୂଜା କମିଟିର ଅଧ୍ୟକ୍ଷ ସୁନୀଲ ପୂର୍ତି, ସଭାପତି ସଂଜୀବ ଆଳଦା, ସଂପାଦକ ସନ୍ଦୁ ଗାଗରାଇ ଏବଂ ଅନ୍ୟ ସଦସ୍ୟମାନେ ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ।
ସମ୍ବନ୍ଧିତ ଖବର