ବାଲେଶ୍ୱର/ଚାନ୍ଦବାଲି/ଧାମରା : ଭଦ୍ରକ ଜିଲ୍ଲାର ଧାମରାସ୍ଥିତ କଲାମ ଦ୍ୱୀପରୁ ଆଜି ଦିନ ୧୧ଟା ୨୪ମିନିଟରେ ଏଡଭାନ୍ସ ଏୟାର ଡିଫେନ୍ସ(ଏଏଡି) ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ଆଜି ଦିନ ୧୧ଟା ୨୨ ମିନିଟରେ ଆକାଶ ମାର୍ଗରେ ଏକ ପଏଣ୍ଟ ସ୍ଥିରୀକୃତ ହୋଇଥିଲା। ଏହାର ୨ ମିନିଟ ପରେ ଠିକ୍ ୧୧ଟା ୨୪ମିନିଟରେ କଲାମ ଦ୍ୱୀପର ଏଲସି ୪ ଲଂଚ ପ୍ୟାଡ୍ରୁ ଏଏଡି ମିସାଇଲ୍ କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିବା ପାଇଁ ଛଡ଼ାଯାଇଥିଲା। ସ୍ଥିରୀକୃତ ସମୟରେ ଏହା ସେହିି ପଏଂଟ୍କୁୁ ଲକ୍ଷ୍ୟ ଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପାରାଦ୍ୱୀପ ଓ କୋଣାର୍କରେ ଅବସ୍ଥାପିତ ହୋଇଥିବା ରାଡାରରେ ଏହି ପରୀକ୍ଷଣର ଗତିବିଧିକୁ ଲକ୍ଷ୍ୟ କରାଯାଇଥିଲା।
ଏଏଡି ମିସାଇଲ ହେଉଛି ଉନ୍ନତ ବାୟୁରକ୍ଷା କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣ। ମିସାଇଲର ଓଜନ ୧୨ଟନ ହୋଇଥିବା ବେଳେ ଓସାର ୧ଫୁଟ ୮ଇଞ୍ଚ୍। ଏହାର ନିିର୍ଦ୍ଧାରିତ ଗତି ଘଣ୍ଟାକୁ ୩ହଜାର ୪୨୨ମାଇଲ ଥିବାବେଳେ ଏହା ୧୨୦ କିମି ଦୂରତା ଅତିକ୍ରମ କରିବ। ଏହି ମିସାଇଲ ଏକ ପର୍ଯ୍ୟାୟୀ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ଭାରତୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିିମିଟେଡ୍ ଦ୍ୱାରା ନିିର୍ମିତ। ମିସାଇଲଟି ଅନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁରାଜ୍ୟରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରଗୁଡ଼ିକୁ ଖୁବ ସହଜରେ ମୁକାବିଲା କରିବା ସହ ଧ୍ୱଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତର୍ମାନ ସୁଦ୍ଧା ଏହି ଏଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ୧୭ଥର ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧୫ ଥର ସଫଳ ପରୀକ୍ଷଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/AAD-Missaile.jpg-f.jpg)