ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ଥିବା ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଜେଲ ନିର୍ଦେଶାଳୟ(ମୁଖ୍ୟାଳୟ)ର ଅତିରିକ୍ତ ଆଇଜି ଭାବେ ବଦଳି ହୋଇଛି। ଜେଲ ନିର୍ଦେଶାଳୟ(ମୁଖ୍ୟାଳୟ)ର ଅତିରିକ୍ତ ଆଇଜି ଥିବା ସୀତାରାମ ପଟେଲଙ୍କୁ ସମ୍ବଲପୁରର ଅତିରିକ୍ତ ବନ୍ଦୋବସ୍ତ କମିସନର ଦାୟିତ୍ବ ମିଳିଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ଖୋର୍ଧା ଏଡିଏମ୍ ଥିବା ମନୋଜ କୁମାର ପାଢ଼ୀଙ୍କୁ ଏସ୍ ଏଣ୍ଡ ଏମ୍ଇ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି। ଏହାବାଦ୍ ଶ୍ରୀ ପାଢ଼ୀ ଟିଇ ଓ ଏସ୍ସିଇଆରଟିର ନିର୍ଦେଶକଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। କଳାହାଣ୍ଡି ରାମପୁରର ଆଇଟିଡିଏର ପିଏ ରହିଥିବା ବିରଞ୍ଚି ନାରାୟର ଦରୱାନଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଟୁନୁ ମେହେର ରାମୁପରର ପିଏ, ଆଇଟିଡିଏ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀଭାବେ ସୁରେନ୍ଦ୍ର ମେହେର, ବାରିପଦା ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀଭାବେ ରଖାଲ ଚନ୍ଦ୍ର ପରିଡ଼ା ଓ କଟକ ନିଆଳିର ବିଡିଓ ରହିଥିବା ଅଶୋକ କୁମାର ଲେଙ୍କାଙ୍କୁ ବିଏମ୍ସିର ଡେପୁଟି କମିସନର ଭାବେ ବଦଳି ହୋଇଛି।