ସରକାରୀ ସ୍କୁଲ ପ୍ରତି ଆଗ୍ରହ ବଢ଼ିଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଅଭିଭାବକମାନେ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ପିଲାଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ୫-ଟି ଅଧୀନରେ ସରକାରୀ ବିଦ୍ୟାଳୟଗୁଡ଼ିକର ରୂପ ବଦଳା ଚାଲିଛି। ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେଉଛି। ପରିଣାମସ୍ବରୂପ, ସରକାରୀ ସ୍କୁଲ ଏବେ ଅଭିଭାବକ ଓ ପିଲାଙ୍କ ଆସ୍ଥାଭାଜନ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଏଥିସହ କୋମଳମତି ଶିଶୁଙ୍କୁ ଶିକ୍ଷାଦାନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକ ଯତ୍ନବାନ ହେବାକୁ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଓ ଦିଗ୍‌ଦର୍ଶନ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର