ଭୁବନେଶ୍ବର : ଓଡ଼ିଶାର ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସୁବିଧା ପାଇଁ ରାଜ୍ୟ ସରକାର ଅତୀତରେ ‘ଓଡ଼ିଶା ଲୋନ୍ ଷ୍ଟାଇପେଣ୍ଡ ଫଣ୍ଡ’ରୁ ଋଣ ଆକାରରେ ଆର୍ଥିକ ସହାୟତା ଯୋଗାଇ ଆସୁଥିଲେ। ଏହି ପ୍ରକ୍ରିୟା ୧୯୫୪ରୁ ୨୦୧୬ ପର୍ଯ୍ୟନ୍ତ ସାଧାରଣ, ବୈଷୟିକ ଏବଂ ବ୍ୟାବସାୟିକ ଶିକ୍ଷା ନିମନ୍ତେ ଦିଆଯାଉଥିଲା। ହେଲେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ଋଣ ରାଜିନାମା ଅନୁଯାୟୀ ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କ ଠାରୁ ବାର୍ଷିକ ୧୦% ସୁଧ, ନିଯୁକ୍ତି ପାଇଥିବା ଋଣ ଖିଲାପକାରୀଙ୍କ ଠାରୁ ୧୫% ସୁଧ ଆଦାୟ କରାଯାଉଥିଲା। ହେଲେ ନିଯୁକ୍ତି ସ୍ଥିତି ବିଶେଷ ଭାବେ ଯାଞ୍ଚ ନକଲେ ସୁଧ ହାର ସ୍ଥିର କରାଯାଇପାରୁନଥିଲା। ଏହାଦ୍ବାରା ଋଣ ଆଦାୟରେ ଅସୁବିଧା ହେଉଥିଲା। ତେଣୁ ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କ ଠାରୁ ଋଣ ଉପରେ ୧୦% ହାରରେ ସୁଧ ଆଦା‌ୟ କରିବାକୁ ନିଷ୍ପତ୍ତି ହୋଇଛି।
ସେହିପରି ୧.୧.୨୦୧୬ରୁ ୧୭.୨.୨୦୨୧ ମଧ୍ୟରେ ୫ବର୍ଷ ସଂପୂର୍ଣ୍ଣ କରୁଥିବା ରିଡର ପାହ୍ୟାର ଅଧ୍ୟାପକଙ୍କୁ ଓଆର୍‌ଏସ୍‌ପି (ସିଟି) ରୁଲ୍‌, ୨୦୧୯ରେ ସଂଶୋଧନ କରି ସଂପୃକ୍ତ ଅଧ୍ୟାପକମାନଙ୍କୁ ପୂର୍ବଭଳି ପ୍ରଦାନ କରାଯାଉଥିବା ଉଚ୍ଚ ଗ୍ରେଡ୍ ପେ ଅନୁଯାୟୀ ନିର୍ଦ୍ଧାରିତ ଲେଭେଲ୍-୧୩ ଏ ଅନ୍ତର୍ଗତ ସେଲ୍‌ରେ ବେତନ ଦେବା ପାଇଁ ବ୍ୟବସ୍ଥା କରିବା ସହ ସେମାନଙ୍କୁ ଆସୋସିଏଟ୍ ପ୍ରଫେସର ପାହ୍ୟା ପ୍ରଦାନ ପାଇଁ ଏହି ସଂଶୋଧନ ପ୍ରସ୍ତାବ ଆଗତ କରାଯାଇଛି।

Advertisment

ଅନ୍ୟ ଏକ ଅନୁମୋଦନ କ୍ରମେ ରାଜ୍ୟରେ ଥିବା ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧.୧.୨୨ରୁ ଶିକ୍ଷା ଅନୁଦାନ ଆଦେଶ, ୨୦୧୩ ଅନୁଯାୟୀ, ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ପାଇଁ ଯୋଗ୍ୟ ବି‌ବେଚିତ ହେବେ। ଏହାଦ୍ବାରା ଏହି ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ୪୭ଜଣ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬୮ଲକ୍ଷ ୫୫ହଜାର ଟଙ୍କା ଖର୍ଚ୍ଚ ବହନ କରିବେ। ସେହିପରି ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ୍‌-୨), ଆସିଷ୍ଟାଣ୍ଟ ପ୍ରଫେସର (ଷ୍ଟେଜ୍‌-୩) ଓ ଆସୋସିଏଟ୍ ପ୍ରଫେସର ପାହ୍ୟାକୁ ସଂପୃକ୍ତ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ବିବେଚିତ ହେଉଥିବା ଶିକ୍ଷକଙ୍କ ପଦୋନ୍ନତି, ଯୋଗ୍ୟ ବିବେଚିତ ହେଉଥିବା ତାରିଖ କିମ୍ବା ଓଡ଼ିଶା ଶିକ୍ଷା ସେବା (ମହାବିଦ୍ୟାଳୟ ଶାଖା), ୨୦୨୦ର ପ୍ରଚଳନ ତାରିଖ ଯାହା ୧୮.୦୨.୨୧ରିଖରେ ପଡ଼ୁଥି,ବ ସେହି ତାରିଖରୁ ଲାଗୁ ହେବ।